ଗୋଲାମୁଣ୍ଡା:ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କଳାହାଣ୍ଡି ଜିଲା ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ। ଗୁରୁବାର ବାବେଗୁଡା ଗ୍ରାମର ଚନ୍ଦ୍ରଧ୍ବଜ କେତକୀ ଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି। ଭିଜିଲାନ୍ସ ପକ୍ଷରୁ ଲାଞ୍ଚ କାରବାର ସମ୍ପର୍କିତ ବିଭିନ୍ନ ଦିଗରେ ଯାଞ୍ଚ କରାଯାଉଛି। ତଦନୁପରେ ଏହି ଘଟଣାର ଅଧିକ ତଥ୍ୟ ସାମ୍ନାକୁ ଆସିବ।