ଅଣ୍ଡରୱେଟ୍ ଶିଶୁଙ୍କ ଜଳଖିଆ ବାବଦ ଖର୍ଚ୍ଚକୁ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ଵର: ଓଡ଼ିଶା ଅପପୁଷ୍ଟି ଲଢେଇରେ ଆଉ ଏକ ବଡ଼ ପଦକ୍ଷେପ। ଅଣ୍ଡରୱେଟ୍ ଶିଶୁଙ୍କ ଜଳଖିଆ ବାବଦ ଖର୍ଚ୍ଚକୁ ବୃଦ୍ଧି କଲେ ରାଜ୍ୟ ସରକାର। ଜଳଖିଆ ଖର୍ଚ୍ଚ ୮ ରୁ ବଢ଼ି ୧୨ ଟଙ୍କା କରାଯାଇଛି। ଏଣିକି ଦୈନିକି ସେମାନଙ୍କୁ ୧୮ ଟଙ୍କାର ଖାଦ୍ୟ ମିଳିବ। ରାଜ୍ୟରେ ୩୫ ହଜାର ଶିଶୁ ସିଭିଅର ଅଣ୍ଡରୱେଟ୍ ଅଛନ୍ତି। ଏ ବାବଦରେ ୧୨୬ କୋଟି ୮୩ ଲକ୍ଷ ଟଙ୍କା ନିଜସ୍ୱ ପାଣ୍ଠିରୁ ବହନ କରିବେ ସରକାର। ଏହା ସହ ଶିଶୁ ଜୀବନର ପ୍ରଥମ ୧୦୦୦ ଦିନ ପୋଷଣ ଉପରେ ଆଧାରିତ ଡିଜିଟାଲ ବୁକଲେଟ୍ ଉନ୍ମୋଚନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଯେଉଁଥିରେ ମା ପେଟରେ ୨୭୦ ଦିନ ଏବଂ ଜନ୍ମରୁ ଦୁଇ ବର୍ଷ ପର୍ଯ୍ୟନ୍ତ ପୋଷଣ ପୁରା ତଥ୍ୟ ରହିଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ମା’ମାନେ ଏହି ବୁକଲେଟ ଜରିଆରେ ସଚେତନ ହେଲେ ପ୍ରସବ ଜନିତ ସମସ୍ୟା ହଟିବ। ଯାହାଦ୍ୱାରା ଓଡ଼ିଶାକୁ ୨୦୩୬ ସୁଦ୍ଧା ପୋଷଣ ମୁକ୍ତ କରିବାରେ ସହାୟକ ହେବ। ଅପପୁଷ୍ଟି ମୁକ୍ତ ଓଡ଼ିଶା ଗଠନ ପାଇଁ ବିଭାଗ ମିଶନ ମୋଡରେ କାମ କରୁଛି।

Comments (0)
Add Comment