ଭୁବନେଶ୍ୱର : ଜଳିଗଲା ଆମ୍ବୁଲାନ୍ସ। ଭୁବନେଶ୍ୱର ଜାଗମରା ଅଞ୍ଚଳରେ ସର୍ଟସର୍କିଟରୁ ଆମ୍ବୁଲାନ୍ସରେ ଲାଗିଛି ଭୟଙ୍କର ନିଆଁ । ଅଗ୍ନିକାଣ୍ଡ ସଂପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତା କରିଛି ।
ଆମ୍ବୁଲାନ୍ସରେ ଜଗନ୍ନାଥ ମନ୍ଦିର ସାମ୍ନାରେ ବର୍ଷ ସାରା ଠିଆ ହୋଇଥାଏ। ସୋମବାର ଦିନ ହଠାତ୍ ଆମ୍ବୁଲାନ୍ସଟି ଜଳିବାକୁ ଲାଗିଲା । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଏନେଇ ଡ୍ରାଇଭର କହିଛନ୍ତି ଯେ, ଆମ୍ବୁଲାନ୍ସଟି କିଛି ଦିନ ହେଲା ବ୍ୟାଟେରୀ ସମସ୍ୟା ଭୋଗୁଥିଲା। ପ୍ରତିଦିନ ସକାଳେ ଠେଲିକି ଷ୍ଟାର୍ଟ କରିବାକୁ ପଡୁଥିଲା। ଇଞ୍ଜିନରେ ବି ସର୍ଟସର୍କିଟ୍ ଥିଲା। ରବିବାର ରାତିରେ ଗାଡ଼ି କଟକ ଯାଇ ଭୋର ସାଢ଼େ ୪ଟାରେ ଫେରିଥିଲା। ଆଉ ତାର ୬ଟା ପଖାପାଖି ମିନିଟ୍ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ କିଛି ମିନିଟ୍ ମଧ୍ୟରେ ପୁରା ଗାଡ଼ି ଜଳି ପାଉଁଶ ହୋଇଗଲା। ତେବେ ସୌଭାଗ୍ୟବଶତଃ ଆମ୍ବୁଲାନ୍ସରେ କୌଣସି ରୋଗୀ ନଥିଲେ।