ପ୍ରକାଶ ପାଇଲା ଓଜେଏସ୍ ପରୀକ୍ଷା ଫଳ


ଭୁବନେଶ୍ୱର : ଓଡିଶା ଲୋକସଭା ଆୟୋଗ ଦ୍ୱାରା ପରିଚାଳିତ ଓଡିଶା ବିଚାର ବିଭାଗୀୟ ସେବା (ଓଜେଏସ୍) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ ମୋଟ୍ ୪୧ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ନିଯୁକ୍ତି ପାଇଁ ମନୋନିତ ହୋଇଛନ୍ତି । କୃତକାର୍ଯ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ୧୫ଜଣ ପୁରୁଷ ଓ ୨୬ଜଣ ମହିଳା ଅଛନ୍ତି । ଇପ୍ସିତା ଅଭିନନ୍ଦିତା ମିଶ୍ର ପରୀକ୍ଷାରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ତନ୍ମୟ ରଂଜନ ଦାସ ଦ୍ୱିତୀୟ ସ୍ଥାନ ଓ ଶ୍ରୁତକ୍ରୀର୍ତ୍ତି ଆଚାର୍ଯ୍ୟ ତୃତୀୟ ସ୍ଥାନରେ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୧୮ ସେପ୍ଟେମ୍ବର ୧୨ରେ ଓଡିଶା ବିଚାରବିଭାଗୀୟ ସେବାର ୪୩ଟି ପଦବୀ ପୂରଣ ପାଇଁ ଓପିଏସ୍ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ ଲିଖିତ ପରୀକ୍ଷାରେ ୬୧ଜଣ କୃତକାର୍ଯ୍ୟ ହୋଇଥିଲେ । ଜୁନ୍ ୫ ତାରିଖରେ ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ସେଥିରୁ ଚଳିତ ମାସ ୧୫ ତାରିଖରେ ସାକ୍ଷାତକାର ପରୀକ୍ଷା ପାଇଁ ୬୧ଜଣଙ୍କୁ ଡକାଯାଇଥିବା ବେଳେ ୪୧ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି । ଯୋଗ୍ୟ ବିବେଚିତ ତାଲିକାରେ ଅଛନ୍ତି ରତି ତ୍ରିପାଠୀ, ଚିନ୍ମୟ ଦାସ, ଶ୍ରୀମୟୀ ନନ୍ଦ, ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ, ରତିକା ଗର୍ଗ, ପ୍ରକାଶ କୁମାର କର, ତସ୍ମିମା ଦାସ, ଅଙ୍ଗସ୍ୱରୂପା ଚାଟାର୍ଜୀ, ତରୁଣ ସେଠୀ, ରତିକା ଜେନା, ହିତଶ୍ରୀ ବେହେରା, ଶୁଭଙ୍କର ମହାନ୍ତି, ପ୍ରବୀଣ ହୋତା, ଶ୍ରାବଣୀ ଆଚାର୍ଯ୍ୟ, ମନୋଜ କୁମାର ଦାସମହାପାତ୍ର, ପୂଜାପ୍ରିୟଦର୍ଶନ ପତି, ସତ୍ୟନାରାୟଣ ଦାସ, ଦେବଶ୍ରୀ ଦାସ, ପଲ୍ଲଭି ପ୍ରିୟଦର୍ଶନୀ ଦାସ, ହରମୋହନ ଦାସ, ପରିଣତା ନାୟକ, ସ୍ମିତାଶ୍ରୀ ବାଣିକଲ୍ୟାଣୀ ମିଶ୍ର, ପ୍ରଜ୍ଞା ରାଉତ, ସୌମ୍ୟଶ୍ରୀ ମହାପାତ୍ର, ସୁମନ୍ତ କୁମାର ପଟ୍ଟନାୟକ, ଏ. ଅବିନାଶ ନାଇଡୁ, ପ୍ରେରଣାଶ୍ରୀ ଦେଓ, ନାଜେଦା ଖାତୁନ, ମନାଲି ବେହେରା, ଅନୁସମ ଦାସ, ପ୍ରଦୋଷ କୁମାର ଦାସ, ସୋନସି ସୋନା ଇଲା, ସମେଶ ସମ୍ୟଜିତ ପଣ୍ଡା, ଶ୍ରେୟାଋତୁପର୍ଣ୍ଣା ସାହୁ, ସୋନାଲି ମହାନ୍ତି, ସୁଧଶ୍ରୀ ସୁରଝଲିଆ ଓ ଅଶ୍ୱିନୀ କୁମାର ସାହୁ ।

Comments (0)
Add Comment