ଫୁଲବାଣୀ ବାର ଆସୋସିଏସନ ରେ ମଧୁ ବାବୁ ଜୟନ୍ତୀ ପାଳିତ

ଫୁଲବାଣୀ- ସ୍ତାନୀୟ ଫୁଲବାଣୀ ବାର ଆସୋସିଏସନ ରେ ମଧୁ ବାବୁ ଜୟନ୍ତୀ ପାଳିତ ହୋଇଯାଇଛି l ମଧୁ ବାବୁ ଙ୍କ ପ୍ରତି ମୂର୍ତ୍ତି ରେ ଧୂପ, ଦୀପ, ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା l ସଭାପତି ଶ୍ରୀ ଅସୀମ ପ୍ରହରାଜ, ସମ୍ପାଦକ ମନୋଜ ପଟ୍ଟନାୟକ, ସହ ସମ୍ପାଦକ ପ୍ରଦିପ୍ତ ରଞ୍ଜନ ନାୟକ, ଦେବ ବ୍ରତ ପ୍ରଧାନ, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସୁରେଶ ମହାପାତ୍ର, ହରି ସଙ୍କର ମହାରଣା, ଜୟନ୍ତୀ ପାଣିଗ୍ରାହୀ, ଗୌରୀ ଶଙ୍କର ବେହେରା, ସତ୍ୟ ନାରାୟଣ ବେହେରା, ନମିତା ସାହୁ ଦୀପକ କୁମାର ରଥ, ନୋଟାରି ଦେବୀ ପ୍ରସାଦ କର ଓ ବିରେନ୍ଦ୍ର ସୁବୁଦ୍ଧି ଉପସ୍ଥିତ ଥିଲେ l ପୁଣି ସମସ୍ତ ଫୁଲବାଣୀ ବାର ସଦସ୍ୟ ଟାଉନ୍ ଥାନା ସମ୍ମୁଖରେ ଥିବା ମଧୁ ଉଦ୍ୟାନ ରେ ମଧୁ ବାବୁ ଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଥିଲେ l ସନ୍ଧ୍ୟା ରେ ଅନନ୍ୟ କାର୍ଯ୍ୟକ୍ରମ ରହିଛି ବୋଲି ସଭାପତି ଅସୀମ ପ୍ରହରାଜ କହିଛନ୍ତି l

Comments (0)
Add Comment