ପ୍ୟୁର୍ଟୋ ରିକୋର ଜେନିଫର୍ ବାରେଟୋଙ୍କୁ ୭୫ତମ ବିଶ୍ୱ ସୁନ୍ଦରୀ ମୁକୁଟ

ନୂଆଦିଲ୍ଲୀ: ବିଶ୍ୱକୁ ମିଳିଛି ଚଳିତ ବର୍ଷର ବିଶ୍ୱ ସୁନ୍ଦରୀ । ପ୍ୟୁର୍ଟୋ ରିକୋର ଜେନିଫର୍ ବାରେଟୋ ପିନ୍ଧିଛନ୍ତି ୭୫ତମ ବିଶ୍ୱ ସୁନ୍ଦରୀ ମୁକୁଟ । ସୈନ ଜୁଆନର ଜୋସ୍ ମିଗୁଏଲ ଏଗ୍ରୋଲୋଟ କଲେଜିୟମରେ ଆୟୋଜିତ ଅନ୍ତିମ ପର୍ଯ୍ୟାୟରେ ବିଚାରକ ମଣ୍ଡଳୀଙ୍କ ହୃଦୟ ଜିତି ଜେନିଫର୍ ଏହି ମୁକୁଟ ନିଜ ନାମରେ କରିଛନ୍ତି । ଗତ ବର୍ଷର ବିଶ୍ୱ ସୁନ୍ଦରୀ ମେକ୍ସିକୋର ଫାତିମା ବୋଶ୍ ଜେନିଫରଙ୍କ ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧାଛନ୍ତି । 

ଡୋମିନିକାନ୍ ରିପବ୍ଲିକ୍‌ର ମେଲିସା ନୁନେଜ୍ ପ୍ରଥମ ରନର୍-ଅପ୍ ହୋଇଥିବା ବେଳେ, ଭେନେଜୁଏଲାର କ୍ଲାରା ଭେଗାସ୍ ଗୋଏଜ୍ ଦ୍ୱିତୀୟ ରନର୍-ଅପ୍ ସ୍ଥାନ ହାସଲ କରିଛନ୍ତି । 

ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ଅନ୍ତିମ ଚରଣ ବହୁତ ରୋମାଞ୍ଚକ ଓ କଷ୍ଟକର ଥିଲା । ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇବା ପାଇଁ ଫିଲିପାଇନ୍ସ, ନ୍ୟୁଜିଲ୍ୟାଣ୍ଡ, ଭେନୁଜୁଏଲା, ଡୋମିନିକାନ ରିପବ୍ଲିକ୍ ଏବଂ ପ୍ୟୁର୍ଟୋ ପ୍ରତିଯୋଗୀଙ୍କ ମଧ୍ୟରେ ଜୋରଦାର୍ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ଶେଷରେ ପ୍ୟୁର୍ଟୋ ମୁକୁଟ ବାଜିମାତ କରିନେଇଛି । 

Comments (0)
Add Comment