ବିଷାକ୍ତ ମଦ ପିଇ ୩ ଜଣଙ୍କର ମୃତ୍ୟୁ, ୪ ଗୁରୁତର ଅସୁସ୍ଥ

ଭଦ୍ରକ: ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ୍‌ ଅନ୍ତର୍ଗତ ପୀରହାଟରେ ମଦ ପିଇ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଅସୁସ୍ଥ ହୋଇଥିବା ଜଣାଯାଇଛି। ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି କି ମଦ ବିଷାକ୍ତ ହୋଇଥିବା ହେତୁ ସେମାନଙ୍କର ମୃତ୍ୟୁ ଘଟିଛି।

ତିହିଡି ବ୍ଲକର ପୀରହାଟ ଅଞ୍ଚଳର ଦୌଲତପୁର ପଞ୍ଚାୟତର ନିମେଇ ସାହିରେ ଗତକାଲି ଭୋଟ୍‌ ଗ୍ରହଣ ସରିବା ପରେ କେତେକ ଲୋକ ମଦ୍ୟପାନ କରିଥିଲେ। ଏହି ମଦ ବିଷାକ୍ତ ହୋଇଥିବା ହେତୁ ୩ ଜଣ ହଠାତ୍‌ ଅଚେତ ହୋଇପଡ଼ିଥିଲେ। ସେମାନଙ୍କୁ ବିଳମ୍ବିତ ରାତ୍ରିରେ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ଅତ୍ୟାଧିକ ଗୁରୁତର ଥିବାରୁ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଏହି ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଥିବା ଆଉ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ରାମଚନ୍ଦ୍ର ପଢ଼ିଆରି, ସାଧୁଚରଣ ନାୟକ ଏବଂ ସର୍ବେଶ୍ଵର ଦାସ।

Comments (0)
Add Comment