୨୦୧୯-୨୦ ଆର୍ଥିକ ବର୍ଷରେ ନାଲ୍‌କୋର ରେକର୍ଡ଼ ଉତ୍ପାଦନ

ଭୁବନେଶ୍ୱର :କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧିନସ୍ଥ ଦେଶର ପ୍ରମୁଖ ଆଲୁମିନା ଏବଂ ଆଲୁମିନିୟମ ଉତ୍ପାଦକ ଏବଂ ରପ୍ତାନୀକାରୀ ଉଦ୍ୟୋଗ ନ୍ୟାସ୍‌ନାଲ୍ ଆଲୁମିନିୟମ କମ୍ପାନୀ (ନାଲ୍‌କୋ) ୨୦୧୯-୨୦ ଆର୍ଥିକ ବର୍ଷରେ ବକ୍ସାଇଟ୍ ଏବଂ ଆଲୁମିନା କ୍ଷେତ୍ରରେ ସର୍ବକାଳୀନ ଉତ୍ପାଦନ ରେକର୍ଡ଼ କରିଅଛି । ଶତକଡ଼ା ୧୦୦ ରୁ ଉର୍ଦ୍ଧ୍ୱ କ୍ଷମତା ଉପଯୋଗ କରି ଏହାର ଦାମନଯୋଡ଼ିସ୍ଥିତ ପଂଚପଟ୍ଟମାଳି ବକ୍ସାଇଟ୍ ମାଇନ୍‌ସରେ ୭୩.୦୨ ଲକ୍ଷ ମେଟ୍ରିକ୍ ଟନ୍ ବକ୍ସାଇଟ୍ ଉତ୍ତୋଳନ ହୋଇ ପାରିଅଛି ଯାହା ଏକ ସର୍ବକାଳୀନ ରେକର୍ଡ଼ ଅଟେ । ସେହି ରି ଆଲୁମିନା ପରିଶୋଧନ ପ୍ରକଳ୍ପରେ ୨୧.୬୧ ଲକ୍ଷ ମେଟ୍ରିକ ଟନ୍ ସର୍ବକାଳୀନ ରେକର୍ଡ଼ ଉତ୍ପାଦନ କରିଅଛି । ଆଲୁମିନା ରିଫାଇନାରୀର ଷ୍ଟିମ୍ ଆଣ୍ଡ ପାୱାର ପ୍ଲାଂଟ ମଧ୍ୟ ସର୍ବକାଳୀନ ରେକର୍ଡ଼ ଉତ୍ପାଦନ କରିଅଛି ।
ସେହି ରି କୋଇଲା ଯୋଗାଣରେ ବିଭିନ୍ନ ସମସ୍ୟା ତଥା ସଂପ୍ରତି କରୋନା ଭାଇରସ୍ ଜନିତ ଜଟିଳ ପରିସ୍ଥିତି ସତ୍ୱେ ନାଲ୍‌କୋର ଅନୁଗୁଳସ୍ଥିତ ସ୍ମେଲ୍‌ଟର ପ୍ଲାଂଟ ମଧ୍ୟ ୯୦ ପ୍ରତିଶତ କ୍ଷମତା ଉପଯୋଗ କରି ୪.୧୮ ଲକ୍ଷ ମେଟ୍ରିକ୍ ଟନ୍ ଆଲୁମିନିୟମ ଉତ୍ପାଦନ କରି ।ରିଛି । ଏଠାରେ ପ୍ରକାଶଯୋଗ୍ୟ ଯେ ୨୦୧୯ ମସିହାରେ ଏହି ଉତ୍ପାଦନ ପାଇଁ ସର୍ବନିମ୍ନ ଡି.ସି. ଏନର୍ଜି ବିନିଯୋଗ କରାଯାଇଅଛି ।
ଏହି ସଫଳତା ପାଇଁ ନାଲ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀଧର ପାତ୍ର କର୍ମଚାରୀମାନଙ୍କୁ ଶ୍ରେୟ ଦେବା ସହିତ ସେମାନଙ୍କର କର୍ତ୍ତବ୍ୟନଷ୍ଠା ଓ ଉତ୍ତରଦାୟୀତ୍ୱକୁ ପ୍ରଶଂସା କରି ପ୍ରକାଶ କରିଛନ୍ତି ଯେ ସାଂପ୍ରତିକ ମେଟାଲ ମାର୍କେଟ୍ ର ମାନ୍ଦାବସ୍ଥାକୁ ବିଚାରକୁ ନେଇ ଆମ୍ଭେମାନେ ବକ୍ସାଇଟ୍ ଉତ୍ତୋଳନ ଏବଂ ପରିଶୋଧନ କ୍ଷେତ୍ରରେ ଅଧିକ ଗୁରୁତ୍ୱ ତଥା ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚ କାଟ ଉପରେ ଆମକୁ ଧ୍ୟାନ ଦେବାକୁ ପଡ଼ିବ ।
ବିଶେଷତଃ କୋଭିଡ୍ ୧୯ ର ସମସ୍ୟା ସତ୍ତ୍ୱେ ନାଲ୍‌କୋ ଏହାର ସୀମିତ ମାନବ ସମ୍ବଳ ବିନିଯୋଗ କରି ଉତ୍ପାଦନ ଜାରି ରଖିବା ସହିତ ଜାତୀୟ ଅର୍ଥନୀତିକୁ ମଧ୍ୟ ସୁଦୃଢ଼ କରିବାରେ ଯୋଗଦାନ କରି ।ରିଛି । ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଅବଲମ୍ବନ କରି ସାମାଜିକ ଦୂରତ୍ୱ ବଜାୟ ରଖିବା ସହିତ କର୍ମଚାରୀମାନଙ୍କର ସୁରକ୍ଷାକୁ ମଧ୍ୟ ପ୍ରାଧାନ୍ୟ ଦେଉଅଛି ।

Comments (0)
Add Comment