୭ ଦିନ ଯାଏଁ ଖୋଲିବନି ଦହିବରା ଓ ଫାଷ୍ଟଫୁଡ ଦୋକାନ

ଯାଜପୁର : ଯାଜପୁର ଦଶରଥପୁରରେ ଦହିବରା ଓ ଫାଷ୍ଟଫୁଡ ଖାଇ ଶତାଧିକ ଲୋକ ଆକ୍ରାନ୍ତ ଘଟଣା । ଯାଜପୁର ପୌରପାଳିକା ପକ୍ଷରୁ ବଡ଼ ପଦକ୍ଷେପ । ପୌରାଅଞ୍ଚଳରେ ସମସ୍ତ ଦହିବରା ଦୋକାନୀ, ବୁଲା ବିକାଳି, ଫାଷ୍ଟଫୁଡ ସେଣ୍ଟର ଉପରେ ଚଢାଉ କରିଛି ପ୍ରଶାସନ । ଏହାସହ ଆଗାମୀ ୭ ଦିନ ଯାଏଁ ଏହି ସବୁ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।
ସ୍ୱାସ୍ଥ୍ୟ ଅଧିକାରୀ ଡ ପ୍ରଦୀପ ଖୁଣ୍ଟିଆଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ପୌରାଞ୍ଚଳ ଅନ୍ତର୍ଗତ କୁସୁମା, ମେଡିକାଲ ଛକ, ଯୋଡିକୁଆ ଆଦି ଅଞ୍ଚଳରେ ଚଢାଉ କରାଯାଇଥିଲା । କିଭଳି ପୌରାଞ୍ଚଳ ସଂକ୍ରମଣ ନବ୍ୟାପିବ, ସେଥିପ୍ରତି ଦୃଷ୍ଟି ଦେଇ ବିଭିନ୍ନ ଦୋକାନାରୁ ଖାଦ୍ୟ ନମୁନା ସଂଗ୍ରହ କରିବା ସହ ଖାଦ୍ୟର ମାନ ଯାଞ୍ଚ କରୁଛି ଯାଜପୁର ପୌର ପ୍ରଶାସନ । ସେହିପରି ସହରବାସୀଙ୍କୁ ଫୁଟାପାଣି ପିଇବା ସହ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ନିବେଦନ କରିଛି ଯାଜପୁର ପୌର ପ୍ରଶାସନ ।
ସୂଚନାଯୋଗ୍ୟ ଯେ, ଯାଜପୁର ଦଶରଥପୁର ଅଞ୍ଚଳରେ ଦହିବରା ଖାଇ ୯୦ରୁ ଅଧିକ ଲୋକ ଗୁରୁତର ହୋଇଥିଲେ । ଏହାପରେ ସମସ୍ତ ଗୁରୁତରଙ୍କୁ ନେଇ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ କିଛିଙ୍କ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Comments (0)
Add Comment