ପୁଣି ଘଞ୍ଚ ଜଙ୍ଗଲରେ ଚଢ଼ାଉ : ମହୁଲ ପୋଚ ନଷ୍ଟ, ଜଣେ ଗିରଫ

ବାଲିଗୁଡ଼ା: ବାଲିଗୁଡ଼ା ଥାନା କଟପଡ଼ି ଜଙ୍ଗଲରେ ପୋଲିସ୍ ପକ୍ଷରୁ ଚଢ଼ାଉ । ୧୨୦୦ ଲିଟର ମହୁଲ ପୋଚ ସହ ମଦ ରନ୍ଧା ସାମଗ୍ରୀ ନଷ୍ଟ କରିଛି ପୋଲିସ୍ । ଘଟଣ ସ୍ଥଳରୁ ୩୦ ଲିଟର ରନ୍ଧା ଦେଶୀ ମଦ ସହ ଜଣକୁ ପୋଲିସ୍ ଗିରଫ କରିଥିବାବେଳେ ପୋଲିସ୍ କୁ ଦେଖି ଅନ୍ୟମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡ଼ିଛି । କରୋନା କୁ ନେଇ ସବୁଠି ତାଲା ବନ୍ଦ। ଲୋକେ ଘରୁ ବାହାରକୁ ବାହାରୁ ନାହାଁନ୍ତି । ସେପଟେ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ିଦେଲେ ଅନ୍ୟ ସବୁ ଦୋକାନ ବନ୍ଦ ରହିଛି । ଅଞ୍ଚଳର ସମସ୍ତ ମଦ ଦୋକାନକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି ।

ଏଭଳି ପରିସ୍ଥିତିରେ ଦେଶୀମଦ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ିଯାଇଛି । ଘଞ୍ଚ ଜଙ୍ଗଲ ମଧ୍ୟରେ ଚାଲିଛି ଦେଶୀ ମଦ ଫ୍ୟାକ୍ଟ୍ରି । ଏଥିରେ ରୋକ୍ ଲଗାଇବାକୁ ବାଲିଗୁଡ଼ା ପୋଲିସ୍ ଆରମ୍ଭ କରିଛି ପ୍ରୟାସ । ପୂର୍ବ ସୂଚନା ପ୍ରକାରେ ଘଞ୍ଚ ଜଙ୍ଗଲରେ ଚାଲିଥିବା ଦେଶୀମଦ ଭାଟିରେ ଚଢ଼ାଉ କରିଛି ପୋଲିସ । ପ୍ରକାଶ ଥାଉ କି ଗତ ଦୁଇଦିନ ପୁର୍ବେ କାମ୍ପଡ଼ା ଗ୍ରାମ ନିକଟସ୍ଥ ଦଡ଼ି ଜଙ୍ଗଲରେ ଚଢ଼ାଉକରି ୨୦୦୦ ଲିଟରରୁ ଉର୍ଦ୍ଧ୍ବ ମହୁଲ ପୋଚ ସହ ବହୁ ପରିମାଣର ରନ୍ଧା ସାମଗ୍ରୀ ନଷ୍ଟ କରାଯିବାସହ ଘଟଣାରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିଗୁଡ଼ା ପୋଲିସ୍ ।

Comments (0)
Add Comment