ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଭାଗବତ ସପ୍ତାହ ଆରମ୍ଭ

କନ୍ଧମାଳ: ଘୁ.ଉଦୟଗିରି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଜିଠାରୁ ଭାଗବତ ସପ୍ତାହ ଆରମ୍ଭ ହୋଇଯାଇଛି । ଭାଗବତ ସପ୍ତାହ ନିମନ୍ତେ ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଶତାଧିକ ମହିଳା ପୁରୁଷ ଭକ୍ତଙ୍କ ଉପସ୍ଥିତିରେ ହରି ନାମ କୃଷ୍ଣ ନାମ ଗାଇବା ସହ ଖୋଳ,ତାଳ,ଗିନୀ, ମୃଦୁଙ୍ଗ ବଜେଇ ସ୍ଥାନୀୟ ନଦୀରୁ ଜଳ ସଂଗ୍ରହ କରାଯାଇ କଳସ ଯାତ୍ରା ମାଧ୍ୟମରେ ସହର ପରିକ୍ରମା କରି ମନ୍ଦିରରେ ପ୍ରବେଶ କରିଥିଲେ । ୧୬ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପି ଶ୍ରୀଶ୍ରୀଶ୍ରୀ ଭକ୍ତ ବେଦାନ୍ତ ଭାଗବତ ପାରାୟଣ ଓ ଜଗନ୍ନାଥ କଥାମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସକାଳ ୭ ଘନ୍ତିକା ଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ପାରାୟଣ (ବ୍ୟାସ) ବେଗୁନିଆର ପ୍ରମୋଦ କୁମାର ଦାଶଙ୍କ ଦ୍ୱାରା ପ୍ରତ୍ୟେକ ଦିନ ଅନୁଷ୍ଠିତ ହେବ ଓ ସନ୍ଧ୍ୟା ୭ଟା ଠାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଓଡ଼ଗାଁ କୁରାଳ ଗ୍ରାମର ପଣ୍ଡିତ ସୁକଦେବ ମହାରଣା ବକ୍ତା ଭାବେ ଯୋଗ ଦେଇ ପ୍ରବଚନ ଦେବେ । ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଏହି କାର୍ଯ୍ୟକ୍ରମ ସପ୍ତାହ ବ୍ୟାପୀ ଅନୁଷ୍ଠିତ ହେବ ।

Comments (0)
Add Comment