୭ଟି ବାଇକ୍ ଓ ସ୍କୁଟିକୁ ପିଟିଲା କାର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ସଡ଼କ ଦୁର୍ଘଟଣା। ୭ଟି ବାଇକ୍ ଓ ସ୍କୁଟିକୁ ପିଟିଲା କାର। ଆହତ ହୋଇଛନ୍ତି ୩ ଜଣ। କଟକ – ପୁରୀ ବାଇପାସ୍ ରୋଡରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣା ପରେ ଲୋକେ ଡ଼୍ରାଇଭରଙ୍କୁ ଧରି ପିଟିଥିବା ଅଭିଯୋଗ ହୋଇଛି। ବଡ଼ଗଡ଼ ଥାନା ପୁଲିସ କାର ଡ଼୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହା ସହିତ ଘଟଣାର ତଦନ୍ତ କରୁଛି ପୁଲିସ।

Comments (0)
Add Comment