୯ରେ ଶପଥ ଗ୍ରହଣ କରିବେ ବିଜେପିର ବେଙ୍ଗଲ ନୂଆ ମୁଖ୍ୟମନ୍ତ୍ରୀ

କୋଲକାତା: ପଶ୍ଚିମବଙ୍ଗରେ ବିଜେପିର ସୁନାମି । ୨୦୦ରୁ ଅଧିକ ସିଟ୍ ହାତେଇଛି ଦଳ । ଏହାରି ଭିତରେ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଆରମ୍ଭ ହୋଇଗଲାଣି କସରତ । ଏସବୁ ଭିତରେ ଆସନ୍ତା ମେ ୯ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଏନେଇ ଦଳର ରାଜ୍ୟ ସଭାପତି ସୂଚନା ଦେଇଛନ୍ତି ।

ସୂତ୍ରାନୁସାରେ, ଆସନ୍ତା ୯ ତାରିଖ ନୋବେଲ ବିଜେତା ତଥା ବିଶ୍ୱଗୁରୁ ରବିନ୍ଦ୍ର ନାଥ ଟାଗୋରଙ୍କ ଜନ୍ମ ବାର୍ଷିକି । ଏହି ଦିନ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ସ୍ଥିର ହୋଇଛି । ରାଜ୍ୟ ବିଜେପି ସଭାପତି ସମିକ ଭଟ୍ଟାଚାର୍ଯ୍ୟ ମଧ୍ୟ ତାରିଖ ବାବଦରେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ମେ ୯ ତାରିଖରେ ବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ।

Comments (0)
Add Comment