ସେମିକନ-ଇଣ୍ଡିଆ ୨୦୨୬ ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: ଦିଲ୍ଲୀରେ ଚାଲିଥିବା ସେମିକନ-ଇଣ୍ଡିଆ ୨୦୨୬ ରେ ଆଜି ଯୋଗ ଦେବେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ। ଗୁରୁବାର ରାତିରୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିଥିଲେ।ଗୁରୁବାରଠୁ ଦିଲ୍ଲୀରେ ସେମିକନ-ଇଣ୍ଡିଆ ୨୦୨୬ ଆରମ୍ଭ  ହୋଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାକୁ ସେମି କଣ୍ଡକ୍ଟର ହବ୍‌ କରିବା ପାଇଁ ଯୋଜନା ଥିବାବେଳେ ଏଥିରେ ଯୋଗ  ଦେଇଥିବା ବିଭିନ୍ନ ଦେଶ ବିଦେଶର ନିବେଶକ, କମ୍ପାନିର ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ  ଆଲୋଚନା କରିବେ । ଓଡ଼ିଶାକୁ ଏ କ୍ଷେତ୍ରରେ ନିବେଶ ଆଣିବା ପାଇଁ ବିଭିନ୍ନ ପ୍ରସ୍ତାବ  ରଖିପାରନ୍ତି । ୟୁରୋପ, ଜାପାନ, ଦକ୍ଷିଣ କୋରିଆ ଟିମ୍‌ ସହ ଓଡ଼ିଶା ସରକାର ଆଲୋଚନା  କରିପାରନ୍ତି । ଓଡ଼ିଶାରୁ ଆଇଟି ବିଭାଗର ସ୍ୱତନ୍ତ୍ର ଟିମ୍‌ ଏହି ସମ୍ମିଳନୀରେ ଯୋଗ ଦେବାକୁ  ଯାଇଥିବା ସୂଚନା ମିଳିଛି ।   

ସେହିପରି ଶନିବାର କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ  ଅଧ୍ୟକ୍ଷତାରେ ବିଭିନ୍ନ ରାଜ୍ୟର ଅର୍ଥ ମନ୍ତ୍ରୀଙ୍କୁ ନେଇ ବୈଠକ ଡକାଯାଇଛି । ମୁଖ୍ୟମନ୍ତ୍ରୀ  ଶ୍ରୀ ମାଝୀ ଅର୍ଥ ବିଭାଗ ଦାୟିତ୍ୱରେ ଥିବାରୁ ଏହି ବୈଠକରେ ସାମିଲ ହେବେ ।  ଏହାବାଦ୍‌ ଆଉ କେନ୍ଦ୍ରୀୟ ନେତୃତ୍ୱ ଓ କେନ୍ଦ୍ର ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିପାରନ୍ତି ।

Comments (0)
Add Comment