କାରାଗାର କର୍ମଚାରୀଙ୍କ ଆମରଣ ଅନଶନ,୨ ଅସୁସ୍ଥ ଡାକ୍ତରଖାନାରେ ଭର୍ତ୍ତି

ଚମ୍ପୁଆ: ନିଖିଳ ଓଡିଶା କାରାଗାର କର୍ମଚାରୀ ଡାକରା କ୍ରମେ ଚମ୍ପୁଆ ଉପ କାରାଗାରର କର୍ମଚାରୀ ମାନେ ଗତକାଲିଠାରୁ ଆମରଣ ଅନଶନରେ ବସିଥିବା ବେଳେ ୨ ଅସୁସ୍ଥ କର୍ମଚାରୀଙ୍କୁ ଆଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ କିଛିଦିନ ହେବ ୫ ଦଫା ଦାବି ନେଇ କାରାଗାର କର୍ମଚାରୀ ମାନେ କଳା ବ୍ୟାଜ୍‌ ପରିଧାନ କରିବା ସହିତ ପ୍ରତିବାଦ ଜାରି ରଖିଥିଲେ । ଗତକାଲି ଠାରୁ ଏହି କାରାଗାର କର୍ମଚାରୀ ମାନେ ଆମରଣ ଅନଶନ ଆରମ୍ଭ କରି ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି ଏହି ଉପକାରାଗାରର କାରାରକ୍ଷୀ ଶ୍ରୀକାନ୍ତ ବିଶ୍ୱାଳ ଓ ମୁଖ୍ୟ କାରାରକ୍ଷୀ ଦୁଷ୍ମନ୍ତ ନାଏକ ଆସୁସ୍ଥ ହୋଇପଡିବାରୁ ତାଙ୍କୁ ତୁରନ୍ତ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ସୂଚନା ଯୋଗ୍ୟକି ସଂଘର ଦାବି ଅନୁଯାୟୀ ଗ୍ରେଡପେ ୧୯୦୦ ଟଙ୍କାରୁ ୨୦୦୦ ଟଙ୍କାକୁ ବୃଦ୍ଧ, ମୁଖ୍ୟ କାରାରକ୍ଷୀଙ୍କ ୨୦୦୦ ଟଙ୍କାରୁ ୨୪୦୦ ଟଙ୍କାକୁ ବୃଦ୍ଧି, ୨୦୧୨ର ବଦଳି ନିୟମ ଲାଗୁ, ଖାଦ୍ୟ ଭତ୍ତା ବୃଦ୍ଧି, ଉପଖଣ୍ଡ ସ୍ତରୀୟ ବଦଳି ନିୟମ କହଳ ଆଦି ଦାବି କରାଯାଇ ଏହି ଆନ୍ଦୋଳନ ଚାଲୁ ରହିଛି ।

Comments (0)
Add Comment