ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ପୁରୀ : ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉକରି ଜଣେ ଯୁବକ ଯାହାଙ୍କ ନାମ ରାକେଶ କୁମାର ଆଚାର୍ଯ୍ୟ (୨୪) ବର୍ଷଙ୍କୁ କୋଣାର୍କ ବଜ଼ାରସ୍ଥିତ ପୋଷ୍ଟ ଅଫିସ ସାମ୍ନାରୁ ଗିରଫ କରିଛନ୍ତି । ତାଙ୍କ ନିକଟରୁ ୪୪ ଗ୍ରାମ ବ୍ରାଉନ ସୁଗାର (ହେରୋଇନ ) ଜବତ କରାଯାଇଛି । କୋଣାର୍କ ଅବକାରୀ ଥାନା କେସ ନଂ -୧୪୪/୨୩-୨୪ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କାରାଗାରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୪,୪୦,୦୦୦/-ଟଙ୍କାରୁ ଉଦ୍ଧ୍ୱର୍ ହେବ । ଏହି ଚଢ଼ାଉରେ ଅବକାରୀ ଏଏସଆଇ ଜିତେନ୍ଦ୍ର ବେହେରା , ସେକ ୱାରିସ,ତପନ ପ୍ରଧାନ, ସ୍ୱାଗତିକା ଘଡେଇ,ଶରତ ସାହୁ ପ୍ରମୁଖ ସାମିଲ ଥିଲେ ।

Comments (0)
Add Comment