ଦଶପଲ୍ଲା ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ନାୟିକାଶୁଣୀଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

ଦଶପଲ୍ଲା : ପ୍ରାଚୀନ ଗଡ଼ଜାତ କୁଞ୍ଜବନ ଗଡ଼ର ଅଧିଷ୍ଠାତ୍ରୀ ଗଡ଼ଦେବୀ ମା ନାୟୀକାଶୁଣୀଙ୍କ ପୀଠରେ ପାରମ୍ପରିକ ରୀତିରେ ଦୁଇଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଅବସରରେ ଶୋତ୍ରୀୟ ବ୍ରାହ୍ମଣ ମାନକଙ୍କ ଦ୍ୱାରା ଅଂକୁରାରୋପଣ ଓ କଳସଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ପବିତ୍ର ବୈଶାଖ ପୂର୍ଣ୍ଣିମା ଅବସରରେ ଅନ୍ନ ଯଜ୍ଞ, ହରିନାମ କିର୍ତ୍ତନ ସମେତ, ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଗତକାଲି ପୂର୍ଣାହୁତି ଅବସରରେ ଦଶପଲ୍ଲା ଅଂଚଳର ବହୁ ଶ୍ରଦ୍ଧାଳୁ ଓ ଗଣ୍ୟମାଣ୍ୟ ବ୍ୟକ୍ତିଙ୍କ ସମେତ ଏନ୍‌ ଏ ସି ଅଧ୍ୟକ୍ଷା ଇଂ. ପୁନମ୍‌ ପ୍ରୀୟଦର୍ଶିନୀ ଓ ପାରିଷଦ ବର୍ଗ ମାଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ । ଉଯାପନୀ ସଂଧ୍ୟାରେ ନୟାଗଡ଼ ଜିଲ୍ଲା ବିଜେଡି ଉପ ସଭାପତି ପ୍ରଦୋଶ କୁମାର ଜେନା, ବିଶିଷ୍ଠ ସମାଜସେବୀ ଶ୍ରୀହରି ନାୟକ, ବରିଷ୍ଠ ସାମ୍ବାଦିକ ଶୁଶାନ୍ତ କୁମାର ସାହୁ,୧ନଂ ୱାର୍ଡର କାଉନସିଲର ଶୁଶାନ୍ତ କୁମାର ସିଠ, ଆଇନଜୀବୀ ବିନୟ ମିଶ୍ର ,ଶୁଶାନ୍ତ ସାହୁ (କାଳିଆ ଭାଇ) ପ୍ରମୁଖ ଯୋଗ ଦେଇଥିଲେ । ତତ୍‌ ସଂଗେ ସଂଗେ ଦଶପଲ୍ଲା ସ୍ୱାଭିମାନ ପରିବାରର ସମସ୍ତ କର୍ମକର୍ତ୍ତା ଏହି ଉତ୍ସବ ରେ ଯୋଗଦେଇଥିଲେ । ଆଗାମୀ ଦିନରେ ଏହି ପ୍ରାଚୀନ ତଥା ଐତିହାସିକ ଦେବୀ ପୀଠର ଆଖିଦୃଶିଆ ଉନ୍ନତି ନିମନ୍ତେ ସମସ୍ତଙ୍କ ସହଯୋଗରେ ଆଗେଇ ନେବାପାଇଁ, ସମାଜସେବୀ ଶ୍ରୀହରି ନାୟକ ପ୍ରତିଶ୍ରୁତି ଦେଇଥିଲେ । ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାଗମରେ ଦୁଇଦିନ ଧରି ମା ନାୟୀକାଶୁଣୀଙ୍କ ପୀଠ ଉତ୍ସବ ମୁଖରିତ ହୋଇଥିଲା ।

Comments (0)
Add Comment