ହିମାଚଳ ପ୍ରଦେଶରେ ଘୋଡା ବେପାରକୁ ନେଇ କଂଗ୍ରେସ ଭୟଭୀତ

ଶିମ୍‌ଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଚାଲିଛି। ତେବେ କଡା ପ୍ରତିଯୋଗିତା ମଧ୍ୟରେ ଘୋଡା ବେପାରକୁ ନେଇ କଂଗ୍ରେସ ଭୟଭୀତ ଥିବା ଜଣାପଡିଛି। ବିଧାୟକମାନେ ବିକି ଯିବା ଭୟରେ କଂଗ୍ରେସ ସେମାନଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି।
‘ଅପରେସନ ଲୋଟସ’କୁ ଦୃଷ୍ଟିରେ ରଖି କଂଗ୍ରେସ ହିମାଚଳ ପ୍ରଦେଶରୁ ବିଧାୟକମାନଙ୍କୁ ରାଜସ୍ଥାନକୁ ପଠାଇବାକୁ ଯୋଜନା କରିଛି। ସୂଚନାନୁସାରେ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏବଂ ଦଳର ବରିଷ୍ଠ ନେତା ଭୁପେନ୍ଦ୍ର ସିଂ ହୁଡାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।
ସୂଚନାନୁସାରେ, କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବ୍ୟକ୍ତିଗତ ଭାବେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ସେ ଆଜି ଶିମଲାରେ ମଧ୍ୟ ପହଞ୍ଚିବେ ବୋଲି ଆଶା କରାଯାଉଛି।
ହିମାଚଳ ପ୍ରଦେଶରେ ୬୮ଟି ଆସନ ମଧ୍ୟରୁ କଂଗ୍ରେସ ଏବେ ୩୮ଟିରେ ଆଗୁଆ ଥିବାେqବଳେ ଭାଜପା ୨୭ ଏବଂ ଅନ୍ୟାନ୍ୟ ୩ ଆସନରେ ଆଗୁଆ ଅଛନ୍ତି।

Comments (0)
Add Comment