ପଦ୍ମପୁର ବିଜୟ ଉତ୍ସବ ପାଳିଲା ଜିଲ୍ଲା ବିଜେଡି

ସମ୍ବଲପୁର : ପଦ୍ମପୁର ଉପନିର୍ବାଚନରେ ବିଜୁ ଜନତା ଦଳର ଐତିହାସିକ ବିଜୟ ଅବସରରେ ସମ୍ବଲପୁର ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଦଳୀୟ କର୍ମୀ ଓ ନେତୃବୃନ୍ଦଙ୍କ ଉପସ୍ଥିତିରେ ହର୍ଷ ଉଦ୍ଦୀପନା ମଧ୍ୟରେ ଆତିସବାଜି ଓ ମିଷ୍ଠାନ୍ନ ବଣ୍ଟନ କରି ବିଜୟ ଉତ୍ସବ ପାଳନ କରାଯାଇଥିଲା । ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ସାଢେ ଚାରି କୋଟି ଓଡ଼ିଶାବାସୀଙ୍କ ସର୍ବପ୍ରିୟ ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଐତିହାସିକ ବିଜୟର ପ୍ରତ୍ୟକ୍ଷ ନେତୃତ୍ୱ ନେଇଥିବା ବେଳେ ନିର୍ବାଚନ ଲଢେଇର ସଂଯୋଜନା ଦଳୀୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ନେଇଥିଲେ । ଏହି ନିର୍ବାଚନର ପରିଚାଳନା ଦଳର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନବକିଶୋର ଦାସ, ଅତନୁ ସବ୍ୟସାଚୀ ନାୟକ, ଶ୍ରୀମତୀ ଟୁକୁନି ସାହୁ, ସମୀର ରଞ୍ଜନ ଦାଶ, ନିରଞ୍ଜନ ପୂଜାରୀ, ଇଂ.ରୋହିତ ପୂଜାରୀ, ରାଜେନ୍ଦ୍ର ଢୋଲକିଆ, ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂହ, ଅରୁଣ ସାହୁ, ପୂର୍ବତନ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ନାୟକ, ବରିଷ୍ଠ ବିଜେଡି ନେତା ତଥା ସମ୍ବଲପୁର ଜିଲ୍ଲା ପାଇଁ ବିଜେଡି ପର୍ଯ୍ୟବେକ୍ଷକ ଇଂ.ନଳିନୀକାନ୍ତ ପ୍ରଧାନ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତିଙ୍କ ସମେତ ବହୁ ବରିଷ୍ଠ ନେତା, ଯୁବ-ଛାତ୍ର ନେତା, ମହିଳା ନେତ୍ରୀ ଓ ସଂଗଠକ ଗୁରୁଦାୟିତ୍ୱର ସହ ଏହି ବିଜୟ ଲାଗି ପଦ୍ମପୁର କାର୍ଯ୍ୟ ସଫଳତା ସହ କରିଥିବାରୁ ସମ୍ବଲପୁର ଜିଲ୍ଲା ବିଜୁ ଜନତା ଦଳ ସେମାନଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜ୍ଞାପନ କରୁଛି । ସମ୍ବଲପୁର ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ବିଜୟଉତ୍ସବରେ ବିଜୁ ଜନତା ଦଳ ସମ୍ବଲପୁର ଜିଲ୍ଲା ସଭାପତି ଇଂ.ସିଦ୍ଧାର୍ଥ ଦାସ, ପୂର୍ବତନ ଜିଲ୍ଲା ସଭାପତି ରାଧାକାନ୍ତ ବହିଦାର, ସମ୍ବଲପୁର ଜିଲ୍ଲା ବିଜେଡି ଉପସଭାପତି ଅଶୋକ ମହାକୁର, ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ପାଣିଗ୍ରାହୀ, ଜିଲ୍ଲା ବିଜେଡି ସମ୍ପାଦକ ଦିଲୀପ ଦାଶ, ଶିଶିର ରଞ୍ଜନ ମହାନ୍ତି, ସୁଧୀର ପାଣିଗ୍ରାହୀ, ମହିଳା ବିଜେଡି ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ କବିତା ପୁରୋହିତ, ସମ୍ବଲପୁର ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷ୍ମୀପ୍ରସାଦ ମହାପାତ୍ର, ଜିଲ୍ଲା ବିଜେଡି କୋଷାଧ୍ୟକ୍ଷ ରଚିନ୍ଦ୍ର କୁଅଁର, ବରିଷ୍ଠ ଚାଷୀନେତା ସୀତାକାନ୍ତ ପଣ୍ଡା, ଯୁବ ନେତା ଲିଙ୍ଗରାଜ ତ୍ରିପାଠୀ, ସୁଶାନ୍ତ ଦଣ୍ଡସେନା, ଯାମିନୀ ବହିଦାର, ନିଶାନ୍ତ ଦୀକ୍ଷିତ,ଇଂ.ନିଶିଥ ଆକାଶ, ନିଶିକାନ୍ତ ବିଶ୍ୱାଳ, ଇଂ.ଦୀନେଶ ସେଠ, ସୂର୍ଯ୍ୟକାନ୍ତ ସ୍ୱାଇଁ, ଜୟନାରାୟଣ ନାଗ, ରାଜା ପଟ୍ଟନାୟକ, ଅଭିମନ୍ୟୁ ରାଉତ, ଆଶିଷ ମହାନନ୍ଦ, ମୁକେଶ ପ୍ରଧାନ, ବନମାଳୀ ନାଗ, ନରେଶ ଶର୍ମା, ଷ୍ଟିଫେନ ତିର୍କି, ପପୁ ସାହୁ, ମହିଳା ବିଜେଡି ରାଜ୍ୟ ସମ୍ପାଦିକା ଶ୍ରୀମତୀ ମିତାଲି ସାହୁ, ମହିଳା ବିଜେଡି ଜିଲ୍ଲା ଉପସଭାନେତ୍ରୀ ଶ୍ରୀମତୀ ସୁବର୍ଣ୍ଣ ନାୟକ,ମହିଳା ନେତ୍ରୀ ଶ୍ରୀମତୀ ମମତା ମହାନ୍ତି, ଶ୍ରୀମତୀ ରାଖୀ ମୁଣ୍ଡା, ଶ୍ରୀମତୀ ନିଲମ ସିଂ, ଶ୍ରୀମତୀ ଅମିଶା ପ୍ରଧାନ, ଶ୍ରୀମତୀ ନିବେଦିତା ପ୍ରଧାନ, ଶ୍ରୀମତୀ ସୁପ୍ରିୟା ଭଟ୍ଟାଚାର୍ଯ୍ୟ, ଶ୍ରୀମତୀ ଜୟନ୍ତୀ ନାୟକ, ବିଶି ଓରାମ, ଅଜୟ ମହାକୁର, ପ୍ରବୀଣ ଏକ୍କା, ତେଜରାମ ଭୋଇ, ଗୌରାଙ୍ଗ ପାଣ୍ଡେ ଓ ସହଦେବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment