ନାଟକ “ରିହରସେଲ’ ଲୋକଙ୍କ ମନ ମୋହିଲା

ନବରଙ୍ଗପୁର:- ମଣ୍ଡେଇ-୨୨ ଅବସରରେ ଅନୁଷ୍ଠିତ ମଣ୍ଡେଇ ନାଟକ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ତ୍ରିଶକ୍ତି ସାଂସ୍କୃତିକ ସଙ୍ଘ ଦ୍ୱାରା ପ୍ରସ୍ତୁତ ନାଟକ ରିହାରସେଲ ଦର୍ଶକଙ୍କ ମନ ମୋହିବାରେ ସଫଳ ହୋଇଥିଲା । ସ୍ୱାଧୀନତା ସଂଗ୍ରାମୀ ଅରବୀନ୍ଦ ଘୋଷଙ୍କ ଇଂରେଜ ସରକାରଙ୍କ ବିରୁଦ୍ଧରେ ଲଢେଇର ଏକ ସୁନ୍ଦର ବିଷୟବସ୍ତୁକୁ ନେଇ ହୋଇଥିଲା ଉକ୍ତ ନାଟକ । ନାଟକ ରଚନା ଏବଂ ନିର୍ଦ୍ଦେଶନା ବରିଷ୍ଠ ନିର୍ଦ୍ଦେଶକ ଗୋକୁଳ ଖଡଙ୍ଗା ଦେଇଥିବା ବେଳେ ପରିଚାଳନା କରିଥିଲେ ଟେଲି ଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକ, ବିଭିନ୍ନ ଭୂମିକାରେ ବରିଷ୍ଠ ହାସ୍ୟାଭିନେତା ଲଷ୍ମୀ ନାରାୟଣ ତ୍ରିପାଠୀ, ଶିବ ଶଙ୍କର ତ୍ରିପାଠୀ, ଅଶୋକ ପ୍ରଧାନ, ଶ୍ରୀନିବାସ ପଟ୍ଟନାୟକ ଏବଂ କୁମାର ବୈଭବ ଥିବା ବେଳେ ସଙ୍ଗୀତରେ ବିଶିଷ୍ଟ ଗାୟକ ସୁରେଶ ମିଶ୍ର ଏବଂ ଉପଦେଷ୍ଟା ଭାବରେ ନାଟ୍ୟ ନିର୍ଦ୍ଦେଶକ ସୁରେଶ ମହାନ୍ତି ଏବଂ ଅଭିନେତା ସଂଜୀବ ସିଂ ପ୍ରମୁଖ ସହଯୋଗ କରିଥିଲେ । ଦ୍ୱିତୀୟ ରାଜନୀର ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରାଇତ, ପ୍ରକଳ୍ପ ନିର୍ଦ୍ଦେଶକ ବେଣୁଧର ଶବର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିହାଲ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିରାମ ହରିଜନ, ଜିଲ୍ଲା କ୍ରୀଡା ଅଧିକାରୀ ମହେନ୍ଦ୍ର ସାହୁ, ଜିଲ୍ଲା ସାମାଜିକ ଅଧିକାରୀ ଶୁଭେନ୍ଦୁ ପାତ୍ର , ଜିଲ୍ଲା ଯୋଜନା ଅଧିକାରୀ ହିମାଂଶୁ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ ଅଧ୍ୟାପକ ଦିଲୀପ ହୋତା ମଞ୍ଚ ପରିଚାଳନା କରିଥିଲେ ।

Comments (0)
Add Comment