ବିବାହର ପ୍ରଥମ ବାର୍ଷିକୀ ଉତ୍ସବ ଉପଲକ୍ଷେ ରକ୍ତଦାନ ଶିବିର

ବୌଦ୍ଧ : ସାଗ୍ରୀ ମହାକୁର ଏବଂ ରଜନୀ ମହାକୁରଙ୍କ ବିବାହର ପ୍ରଥମ ବାର୍ଷିକ ଉତ୍ସବ ଉପଲକ୍ଷେ ଆଦିତ୍ୟ ବିର୍ଲା ଗ୍ରୁପର (ସୋଲାର ପ୍ଲାଣ୍ଟ,ଗାନ୍ଧୀଗ୍ରାମ,ବୌଦ୍ଧ) ସମସ୍ତ ସଦସ୍ୟ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ଏହି ଶିବିରରେ ୧୭ଜଣ ରକ୍ତଦାନ କରିଥିଲେ । ଆଦିତ୍ୟ ବିର୍ଲା ଗ୍ରୁପର ପ୍ଲାଣ୍ଟ ମେନେଜର ସାଗ୍ରୀ ମହାକୁର, ଇଞ୍ଜିନିୟର ତପନ ଦାସ, ସାଇଡ୍‌ ଇନଚାର୍ଜ ପ୍ରିତମ ମହାପାତ୍ର ଏବଂ ସୁଶାନ୍ତ ସେଠି, ରିଣ୍ଟୁ ହୋତା ସତ୍ୟଜିତ ଆଚାର୍ଯ୍ୟ, ସତ୍ୟବ୍ରତ ପଣ୍ଡା, ସଞ୍ଜୟ ମେଣ୍ଡିଲି, ସଞ୍ଜୟ ହାତି, ପ୍ରମିଜ୍‌ ବେହେରା, ଅନିରୁଦ୍ଧ ନନ୍ଦି, ରୋହିତ କଅଁର, ମଣ୍ଟୁ ଦିପ ଏବଂ ସମସ୍ତ କର୍ମଚାରୀ ଏହି ରକ୍ତଦାନ ଶିବିରକୁ ସହଯୋଗ କରିଥିଲେ ।

Comments (0)
Add Comment