ମିଶନ ଶକ୍ତି ବିଭାଗ ପକ୍ଷରୁ ଲିଙ୍ଗ ଭିତ୍ତିକ ହିଂସାର ପରିସମାପ୍ତି ନିମନ୍ତେ ଜିଲ୍ଲା ସ୍ତରୀୟ କାର୍ମଶାଳା

ପାରଳାଖେମୁଣ୍ଡି : ମିଶନ ଶକ୍ତି ବିଭାଗ ପକ୍ଷରୁ ଲିଙ୍ଗ ଭିତ୍ତିକ ହିଂସାର ପରିସମାପ୍ତି ନିମନ୍ତେ ଜିଲ୍ଲା ସ୍ତରୀୟ କାର୍ମଶାଳା ଆଜି ଅନୁଷ୍ଠିତ ହୋଯାଇଅଛି । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ମିଶନ ଶକ୍ତିର ମହିଳା ମାନଙ୍କୁ ନେଇ ଏକ ଶଭାଯାତ୍ରା ବାହାରି ସହର ପରିକ୍ରମା କରି ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା । ଏହି ଶଭାଯାତ୍ରାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପରେ ପରେ ସ୍ଥାନୀୟ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ସମ୍ମିଳନୀ କକ୍ଷ ଠାରେ ଏକ ଦିନିକିଆ କାର୍ମଶାଳା ଅନୁଷ୍ଠିତ ହୋଯାଇଅଛି । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀ ରବିନରଣ ବେହେରା, ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଟିମନ ବରା,ଡ଼ା.ସନ୍ଧ୍ୟା ରାଣୀ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା କାର୍ଯ୍ୟଳୟ ପାରଳାଖେମୁଣ୍ଡି,ଜିଲ୍ଲା ସାମାଜିକ ସୁରକ୍ଷା ପ୍ରୋଗ୍ରାମ ଅଫିସର ଶ୍ରୀମତୀ କେ.ସୁନୀତା ପ୍ରମୁକ ଯୋଗ ଦେଇ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରି ସଚେତନତା କରାଯାଇଥିଲା ।
ଏହି ଅବସରରେ ମିଶନ ଶକ୍ତି ବିଭାଗସ୍ଥ ଓଡ଼ିଶା ଜୀବିକା ମିଶନ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଏକ ବିସ୍ତୃତ ସମୂହ ମହିଳା ମାନଙ୍କର ଆର୍ଥିକ ସଶକ୍ତିକରଣ ଦିଗରେ ଓଡ଼ିଶା ଜୀବିକା ମିଶନ ଦୀର୍ଘ ଦିନ ଧରି କାର୍ଯ୍ୟ କରିଆସୁଛି କିନ୍ତୁ ଜଣେ ମହିଳା କୁ ଆମେ ସମ୍ପୂର୍ଣ ସଶକ୍ତ କହିପାରିବା ଯେବେ ସେ ନିଜର ସାମ୍ବିଧାନିକ ଅଧିକାର ଏବଂ ବିଭିନ୍ନ ସୁରକ୍ଷା ଆଇନ ବିଷୟ ରେ ଅବଗତ ହୋଇ ଏକ ଅନ୍ୟାୟ ଏବଂ ହିଂସା ମୁକ୍ତ ଜୀବନ ବଞ୍ଚି ପାରିବ । ଏଣୁ ଜାତୀୟ ସ୍ତରରେ ନଭେମ୍ବର ମାସ ୨୫ ତାରିଖ ଠାରୁ ଲିଙ୍ଗ ଆଧାରିତ ହିଂସା ର ପାରିସମପ୍ତି ନିମନ୍ତେ ଏକ ଅଭିଯାନ (ନୂଆ ଚେତନା, ପରିବର୍ତ୍ତନର ଆରମ୍ଭ) ନାମରେ ଶୁଭାରମ୍ଭ ହୋଇଛି ଏହି ଅଭିଯାନ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଏହି କାର୍ଯ୍ୟକ୍ରମରେ ଓଏଲ୍‌ଏମର ଶ୍ରୀମତୀ ଶିବାନୀ ପାଣଗ୍ରାହୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଭିନ୍ନ ବିଭାଗର ଅଧିକାରୀ ସମେତ ସ୍ୱୟ ଂ ସହାୟକ ଗୋଷ୍ଠୀର ମହିଳା ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment