ଉଦ୍‌ଘାଟିତ ହେଲା କନ୍ଧମାଳ ଜିଲ୍ଲାରେ କୋଭିଡ୍ ଚିକିତ୍ସାଳୟ

ଫୁଲବାଣୀ : ଜିଲ୍ଲା ପ୍ରଶାସନ,କନ୍ଧମାଳ,ଓଡିଶା ଖଣି ନିଗମ ଏବଂ କିମ୍ସ ଅନୁଷ୍ଠାନ, ଭୁବନେଶ୍ୱରଙ୍କର ମିଳିତ ସହଯୋଗରେ କୋଭିଡ୍‌-୧୯ ସଫଳ ମୁକାବିଲା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଥିବା ଜିଏନଏମ ତାଲିମ କେନ୍ଦ୍ରରେ ଖୋଲାଯାଇଥିବା କୋଭିଡ ଚିକିତ୍ସାଳୟକୁ ଜିଲ୍ଲାପାଳ ଡା.ବୃନ୍ଦା ଡି ଆଜି କାର୍ଯ୍ୟକ୍ଷମ କରିଛନ୍ତି ।କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଉଦ୍ଦିଷ୍ଠ ଏହି ଚିକିତ୍ସାଳୟରେ ସମୁଦାୟ ୧୫୦ଟି ଆଇସୋଲେସନ୍ ଶଯ୍ୟା ଓ ୧୦ଟି ଆଇସିୟୁ ଶଯ୍ୟା ପାଇଁ ବ୍ୟବସ୍ତା କରାଯାଉଛି ।
ଏହି କୋଭିଡ୍ ହସପିଟାଲର ଦାୟିତ୍ୱ କିମ୍‌ସ ନେଇଥିବା ବେଳେ ଏଥିରେ କାର୍ଯ୍ୟ କରିବାପାଇଁ କିମ୍ସ ର ଡାକ୍ତର.ନର୍ସ,ଫାର୍ମାଷିଷ୍ଟ,ବାୟମେଡିକାଲ ଇଞ୍ଜିନିୟର,ଇଲେକ୍ଟ୍ରକାଲ ଇଞ୍ଜିନିୟର,ହାଉସକିଫି,ଏବଂ ଅନ୍ୟାନ୍ୟ କର୍ମଚାରୀ ପ୍ରାୟ ୫୦ରୁ୬୦ଜଣ ଯୋଗ ଦେବେ । ଚିକିତ୍ସାଳୟର ସୁପରିଚାଳନା ପାଇଁ ନମୁନା ସଂଗ୍ରହ,ପୃଥକିକରଣ ସ୍ଥାନ,ବର୍ହି ବିଭାଗ/ଡାକ୍ତରଙ୍କ ପ୍ରକୋଷ୍ଟ,ସଙ୍ଗରୋଧ ଓ୍‌ôାର୍ଡ,ଆଇସିୟୁ ପୋଷାକ ପରିବର୍ତନ ଗୃହ(ଉଭୟ ମହିଳା ଓ ପୁରୁଷଙ୍କ ପାଇଁ),ଓøଷଧ ଭଣ୍ଡାର,କର୍ମଚାରୀ ଓ ରୋଗୀ ମାନଙ୍କ ପାଇଁ ପୃଥକ ପୃଥକ ପରିଶ୍ରାଗାର ଏବଂ ପାନୀୟ ଜଳ ଇତ୍ୟାଦିର ସ୍ୱତନ୍ତ୍ର ବେବସ୍ତା କରାଯାଇଛି ।ଏହି ହସ୍‌ପିଟାଲରେ ବ୍ୟାପକ ଅତ୍ୟାଧୂନିକ ସ୍ୱାସ୍ଥ୍ୟସେବା ସୁବିଧା ରହିଥିବାବେଳେ ଏଥିରେ ହାଇ-ଏଣ୍ଡ ଆମ୍ବୁଲେନ୍‌ସ ସହିତ ୩ ଟି ଇନୋଭା ଗାଡି ୨୪ଘଂଟିଆ ବିଜୁଳିବ୍ୟାକପ ବେବସ୍ତା ରଖାଯାଇଛି ।କିଟ୍ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ଡା.ସୁବ୍ରତ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ,କିମ୍‌ସର ସିଇଓ ଡା. ବିଷ୍ଣୁ ପ୍ରଷାଦ ପାଣିଗ୍ରାହୀଙ୍କ ପରାମର୍ଶ କ୍ରମେ ପରିଚାଳିତ ହେଉଥିବା ବେଳେ ଏହି ଅନୁଷ୍ଟାନର ଡେପୁଟି ରେଜିଷ୍ଟର ଦିଲିପ ପଣ୍ଡା ଏହି କୋଭିଡ ହସ୍‌ପିଟାଲର ନୋଡାଲ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି ।ଏହି ଅବସରରେ କିମ୍ସର ପ୍ରତିଷ୍ଟାତା ତଥା ଝକନ୍ଧମାଳ ସାଂସଦ ଶ୍ରୀ ଡ.ଅଚ୍ୟୁତ ସାମନ୍ତ,ଅନ୍ୟ ପାରା ମେଡିକାଲ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ସଫଳତା କାମନା କରିଛନ୍ତି ।ହସପିଟାଲ କାର୍ଯ୍ୟକ୍ଷମ କରିବା ସମୟରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତିକ ସିଂ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବସନ୍ତ କୁମାର ସାହୁ,ଭାରତୀୟ ପ୍ରଶାସନିକ ସେବାର ପ୍ରେବେଶନ ଅଧିକାରୀ ଡ.ଶୁଭଙ୍କର ମହାପାତ୍ର,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା.ରାଜଶ୍ରୀ ପଟ୍ଟନାୟକ,ମାନନୀୟ ସାଂସଦଙ୍କ ପ୍ରତିନିଧି ଶ୍ରୀ ଦେବେନ୍ଦ୍ର କୁମାର ସାମଲ,ବିଭାଗୀୟ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

Comments (0)
Add Comment