ଏମଏସ ଧୋନୀ, ରୋହିତ ଶର୍ମା ଓ ବିରାଟ କୋହଲି ହେଲେ ରିଟେନ୍, କାହାକୁ ରଖିଲେ କେଉଁ ଦଳ ଜାଣନ୍ତୁ

ନୂଆଦିଲ୍ଲୀ ୩୦ ।୧୧: ଆଇପିଏଲ ୨୦୨୨ ପୂର୍ବରୁ ହେବାକୁ ଯାଉଛି ମେଗା ନିଲାମ । ତେବେ ଏହା ପୂର୍ବରୁ ମଙ୍ଗଳବାର ସମସ୍ତ ୮ ଫ୍ରାଞ୍ଚାଇଜି ନିଜର ରିଟେନ୍‌ ଖେଳାଳିଙ୍କ ତାଲିକା ବିସିସିଆଇକୁ ପ୍ରଦାନ କରିଛନ୍ତି । ଡିଫେଣ୍ଡିଂ ଚାମ୍ପିଅନ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ, ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ ବୁମରା, ସୁନିଲ ନାରିନେ, ଆନ୍ଦ୍ରେ ରସେଲ ଓ ଗ୍ଲେନ ମ୍ୟାକ୍ସୱେଲଙ୍କ ସହ କିଛି ବଡ ଖେଳାଳିଙ୍କୁ ନିଜ ଦଳ ରିଟେନ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଓ ଇଶାନ କିଶନ ପରି ବିସ୍ଫୋରକ ବ୍ୟାଟସମ୍ୟାନ ଏଥର ମେଗା ନିଲାମରେ ସାମିଲ ହେବେ । ସନରାଇଜର୍ସ ହାଇଦ୍ରାବାଦର ବୋଲର ରଶିଦ ଖାନ ନିଜ ଦଳ ଛାଡିବା ପ୍ରାୟତଃ ନିଶ୍ଚିତ ହୋଇ ଯାଇଛି । ଦଳ ତାଙ୍କୁ ରିଟେନ୍‌ କରିବାକୁ ଚାହୁଁଥିଲେ ମଧ୍ୟ ସେ ଦଳରେ ରହିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ହାଇଦ୍ରାବାଦ କେନ ୱିଲିୟମସନଙ୍କ ସହିତ ଜାମ୍ମୁ-କାଶ୍ମୀରର ଯୁବ ଖେଳାଳି ଉମରାନ ମଲିକ ଏବଂ ଅବଦୁଲ ସମଦଙ୍କୁ ଦଳରେ ରଖିଛି । ଏଥିରୁ ସ୍ପଷ୍ଟ ଯେ, କେନ ୱିଲିୟମସନ ଏବେ ସନରାଇଜର୍ସ ହାଇଦ୍ରାବାଦର ସ୍ଥାୟୀ ଅଧିନାୟକ ହୋଇ ପାରନ୍ତି ।
ମୁମ୍ବାଇ ଇଣ୍ଡିଆନ୍ସ କିରଣ ପୋଲାର୍ଡ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ରିଟେନ୍‌ କରିଛି । ଏହା ପୂର୍ବରୁ ଦଳ ଯଶପ୍ରୀତ ବୁମରା ଓ ରୋହିତ ଶର୍ମାଙ୍କୁ ଦଳରେ ରଖି ସାରିଛି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟ ତିନି ଖେଳାଳିଙ୍କୁ ଦଳରେ ରଖିବାକୁ ନିଷ୍ପତ୍ତି ନେଇଛି । ଏଥିରେ ବିରାଟ କୋହଲି, ଗ୍ଲେନ ମ୍ୟାକ୍ସୱେଲ ଏବଂ ଦ୍ରୁତ ବୋଲର ମହମ୍ମଦ ସିରାଜ ସାମିଲ । ରାଜସ୍ଥାନ ରୟାଲ୍ସ ସଞ୍ଜୁ ସାମସନଙ୍କ ସହିତ ଜୋସ ବଟଲର ଏବଂ ଯଶସ୍ୱୀ ଜୟସୱାଲଙ୍କୁ ଦଳରେ ରଖିଛି ।
ସେହିପରି ଚେନ୍ନାଇ ସୁପର କିଙ୍ଗ୍ସ ରବୀନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂହ ଧୋନୀ, ଋତୁରାଜ ଗାଏକୱାଡ, ମୋଇନ ଅଲ୍ଲୀଙ୍କୁ ରଖିଥିବା ବେଳେ କୋଲକାତା ନାଇଟ୍‌ ରାଇଡର୍ସ ସୁନିଲ ନାରିନେ, ଆନ୍ଦ୍ରେ ରସେଲ, ବରୁଣ ଚକ୍ରବର୍ତ୍ତୀ, ଭେଙ୍କଟେଶ ଆୟରଙ୍କୁ ରିଟେନ କରିଛିା ଅନ୍ୟ ପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିରାଟ କୋହଲି, ଗ୍ଲେନ ମ୍ୟାକ୍ସୱେଲ୍‌, ମହମ୍ମଦ ସିରାଜଙ୍କୁ ରଖିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ଋଷଭ ପନ୍ତ, ପୃଥ୍ୱୀ ଶ, ଅକ୍ଷର ପଟେଲ୍‌, ଏନରିଚ୍‌ ନୋତର୍ଜ ରଖିଛି । ପଞ୍ଜାବ କିଙ୍ଗ୍ସ କେବଳ ଦୁଇଜଣ ଖେଳାଳିଙ୍କୁ ରିଟେନ କରିଛି । ସେମାନେ ହେଲେ ମୟଙ୍କ ଅଗ୍ରୱାଲ, ଅର୍ଶଦୀପ ସିଂହ ।

Comments (0)
Add Comment