ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ନୂଆଁଖାଇ ଭେଟଘାଟ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ବିଭାଗ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଜିଲ୍ଳା ସଂସ୍କୃତି ଭବନ ଠାରେ ପଶ୍ଚିମଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି କ୍ଷ କାର୍ଯ୍ୟକ୍ରମ ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ମୁଖ୍ୟଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ନିଜ ବକ୍ତବ୍ୟରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଏକ ଅନନ୍ୟ ପର୍ବ ଯାହା ସାମଗ୍ରିକ ଭାବେ ସମସ୍ତଙ୍କୁ ଏକଜୁଟ କରିବାକୁ ଉତ୍ସାହ ଓ ପ୍ରେରଣା ଦେଇଥାଏ ବୋଲି କହିବାସହ ସମସ୍ତ ଜିଲ୍ଲାବାସୀଙ୍କୁ ଭେଟଘାଟ ଅବସରରେ ଶୁଭେଚ୍ଛା ଜଣାଇଥିଲେ । ଅନ୍ୟତମ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ,ପି ଡ଼ି ଡିଆରଡିଏ ଡୋଳାମଣି ପଟେଲ, ଓଡିଶା ସଂଗୀତ ନାଟକ ଏକାଡେମୀ ସଦସ୍ୟ ଶାଶ୍ୱତ କୁମାର ତ୍ରିପାଠୀ, ନାଟ୍ୟଶ୍ରୀ ଗଦାଧର ବାରିକ ପ୍ରମୁଖ ଯୋଗଦାନ କରି ନୂଆଁଖାଇ ଗଣପର୍ବର ଗୁରୁତ୍ୱ ଓ ପରମ୍ପରା ଉପରେ ନିଜସ୍ୱ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାର ସୁନାମଧନ୍ୟ ବିଶିଷ୍ଠ ସଂଗୀତକାର ଓ କଣ୍ଠଶିଳ୍ପୀ ବୃନ୍ଦାବନ ନାଏକ, କଣ୍ଠଶିଳ୍ପୀ ନୁର ବେଗମଙ୍କୁ ଜିଲ୍ଲାପାଳ ତଥା ଅନ୍ୟାନ୍ୟ ଅତିଥି ବୃନ୍ଦ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ପୁନଶ୍ଚ ଏହି ଅବସରରେ ଲୋକନୃତ୍ୟ ପ୍ରତିଯୋଗିତାର କୃତୀ ସାଂସ୍କୃତିକ ଦଳଙ୍କୁ ମଧ୍ୟ ଅତିଥି ବୃନ୍ଦ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନକରି ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାର ବିଭିନ୍ନ ସୁନାମଧନ୍ୟ ସାଂସ୍କୃତିକ ଅନୁଷ୍ଠାନ ପଏଁରି, ରୁମକୁଝୁମାନା, ଆଞ୍ଚଳିକ କଲାପରିଷଦ, କୃଷ୍ଣ ଗୁରୁ, ଶବର ସବରାଣୀ,ରୂପଶ୍ରୀ କଲାପରିଷଦ, ପ୍ରଭୁତି ଉଚ୍ଚ଼କୋଟିର ଲୋକନୃତ୍ୟ ପରିବେଷଣ କରିଥିବାବେଳେ ସୁଶ୍ରୀ ମୁସ୍କାନ ମଲ୍ଲିକ ଲୋକଗୀତ ପରିବେଷଣ କରିଥିଲେ । ଜିଲ୍ଲାସଂସ୍କୃତି ଅଧିକାରୀ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବିଭାଗର ଦୁଃଖୀଶ୍ୟାମ ସେଠୀ ତଥା ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ ।

Comments (0)
Add Comment