କରୋନା ସ୍ଥିତି ନେଇ ମୋଦି-ନବୀନ ଆଲୋଚନା

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତିକୁ ମୁକାବିଲା ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରସ୍ପର ମଧରେ ଆଲୋଚନା କରିଛନ୍ତି । ଆଲୋଚନା ବେଳେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ୍ ଯୋଗେ ରାଜ୍ୟରେ କରୋନାର ସ୍ଥିତି ଓ ପଦକ୍ଷେପ ସଂପର୍କରେ ଅବଗତ କରାଇଥିବା ବେଳେ ଆସନ୍ତା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନେଇ ମଧ୍ୟ ଆଲୋଚନା କରିଥିଲେ । ଏହି ଆଲୋଚନା ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ପୁରୀଠାରେ ଆରମ୍ଭ ହୋଇଛି । ରଥଯାତ୍ରା କରୋନା ସ୍ଥିତିରେ ହେବ କି ନା ଏହା ଉପରେ ବିଚାର ବିମର୍ଷ କରାଯାଇଛି । ଗତକାଲି ଅପରାହ୍ନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କିଶନ୍ କୁମାର ଓ ପୁରୀ ଜିଲ୍ଳାପାଳ ବଲୱନ୍ତ ସିଂ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କିଶନ କୁମାର ଗଜପତି ଦିବ୍ୟସିଂହ ଦେବଙ୍କୁ ଭୁବନେଶ୍ୱର ସହିଦନଗରସ୍ଥିତ ତାଙ୍କ ବାସଭବନରେ ଭେଟି ରଥଯାତ୍ରା ସଂପର୍କରେ ମତାମତ ଲୋଡ଼ିଥିଲେ । ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ଦିବ୍ୟସିଂହଦେବ ରଥଯାତ୍ରା ସଂପର୍କରେ ଯେଉଁ ମତ ରଖିଥିଲେ ତାହା ଉପରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସ୍ଥାନ ପାଇଛି । ତେବେ ଏ ସଂପର୍କରେ କ\’ଣ ଆଲୋଚନା ହୋଇଛି ତାହା ଗଣମାଧ୍ୟମକୁ ସୂଚନା ଦିଆଯାଇ ନାହିଁ । ନିଷ୍ପତ୍ତି ନିଆଯିବା ପରେ ଗଣମାଧ୍ୟମକୁ ଏହି ସଂପର୍କରେ ଜଣାଇ ଦିଆଯିବ ବୋଲି ମୁଖ୍ୟ ପ୍ରଶାସକ ଡଃ କିଶନ କୁମାର କହିଛନ୍ତି ।

Comments (0)
Add Comment