ଠିକା କଂପାନୀର ୫ଟ୍ରାକ୍ଟର ସହ ହାଇବା ଓ ହିଟାଚି ଜବତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ।ଏହି ଜିଲ୍ଲା ସବୁଜ ପାହାଡ଼ ପର୍ବତ ଘଞ୍ଚ ଜଙ୍ଗଲ ପାଇଁ ପ୍ରସିଦ୍ଧ ଲାଭ କରିଥିବା ବେଳେ ଯେଉଁ ଜଙ୍ଗଲ ପାହାଡ଼ ପର୍ବତ ଘଞ୍ଚ ଜଙ୍ଗଲକୁ ନେଇ କନ୍ଧମାଳ ବାସୀ ଗର୍ବ କରୁଛନ୍ତି ସେଇ ସବୁ ରେ କିଛି ବର୍ଷ ହେଲା ଗ୍ରହଣ ଲାଗିବା ଆରମ୍ଭ ହୋଇଯାଇଛି । କିଛି ନ୍ୟର୍ଥ ସ୍ୱାର୍ଥ ବ୍ୟକ୍ତିଙ୍କ ଲୋଲୁପ ଦୃଷ୍ଟି ପଡିବା ପରେ ଜଙ୍ଗଲ ଧ୍ୱଂସ ହେବାରେ ଲାଗିଛି । ରାସ୍ତା କାମ ବାହାନାରେ ହଜାର ହଜାର ଟ୍ରକ ମାଟି ମୋରମ ଚାଲାଣ କରାଯିବା ସହ ମୂଲ୍ୟବାନ ଶାଳ, ପିଆଶାଳ, ଶାଗୁଆନ ଗଛ କାଟି ଲୁଟୁଛନ୍ତି ଠିକା କମ୍ପାନୀ । କିଛି ସରକାରୀ ବାବୁଙ୍କୁ ନିଜ ହାତ ବାରିଶି କରି ହାତ ଗୁଂଜା ଦେଇ ଅନାୟାସରେ ଜଙ୍ଗଲର ମୂଲ୍ୟବାନ ପ୍ରାଚୁର୍ଯ୍ୟ ଲୁଟିବାରେ ଲାଗିଛନ୍ତି । ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପରେ ମଧ୍ୟ ପ୍ରଶାସନ ନିଦ ଭାଙ୍ଗୁନି । ଆଜି ସ୍ଥାନୀୟ ସହରର ଷ୍ଟାଡିୟମ ନିକଟରେ ଏକ ଠିକାଦାର ନିଜ ହିଟାଚି ମେସିନ ଲଗେଇ ମୋରମ ବାହାର କରି ପାଞ୍ଚ ଗୋଟି ଟ୍ରାକ୍ଟର ଏବଂ ଏକ ହାଇବାରେ ବୋହୁଥିବା ବେଳେ ସ୍ଥାନୀୟ ତହସିଲଦାର ଶୁଭ୍ରାଂଜଳି ପ୍ରଧାନ ଖବର ପାଇ ଚୋରା ଚାଲାଣ ହେଉଥିବା ସ୍ଥାନରେ ପହଞ୍ଚି ତଦନ୍ତ କରିବା ସହ ବେଆଇନ ମୋରମ ଚାଲାଣ କାର୍ଯ୍ୟରେ ନିୟୋଜିତ ସମସ୍ତ ଗାଡିକୁ ଆଣି ନୂଆ ବସଷ୍ଟାଣ୍ଡରେ ରଖିବା ସହ ଠିକା କାର୍ଯ୍ୟ କରୁଥିବା କମ୍ପାନୀର ମ୍ୟାନେଜରକୁ ଡାକି ନିଜ ମାଲିକଙ୍କୁ ଡାକିବାକୁ କହିଥିଲେ । ସନ୍ଧ୍ୟାରେ ଠିକା କମ୍ପାନୀର ମାଲିକ ତହସିଲଦାରଙ୍କ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାରଙ୍କ ସହ ଆଲୋଚନା କରିଥିଲେ । ଠିକା କର୍ମଚାରୀଙ୍କ ଠାରୁ ୮୦୦୦୦ ଟଙ୍କା ରୟାଲିଟି ଫାଇନ ପକେଇଥିଲେ । ଅନ୍ୟପକ୍ଷରେ ଫୁଲବାଣୀ ଆଞ୍ଚଳିକ ପରିବହନ ବିଭାଗ ପହଞ୍ଚି ସମସ୍ତ ଗାଡିର କାଗଜପତ୍ର ଯାଞ୍ଚ କରିବା ସହିତ କାଗଜ ପତ୍ରରେ ତ୍ରୁଟି ଥିବା ପାଇଁ ୩୯୦୦୦ ଫାଇନ ପକେଇଥିବା ସୂଚନାରୁ ଜଣାପଡିଛି ।

Comments (0)
Add Comment