କେନାଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ଶାସନ ପୁରୁଷୋତ୍ତମପୁର ହାଇ ଲେବଲ କେନାଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ଧାନମଣ୍ଡଳ ଅଞ୍ଚଳର ରାମ ପଣ୍ଡାଙ୍କ ଝିଅ ରୀନା ରାଣୀ ପଣ୍ଡା । ଯୁୂବତୀ ଜଣକ ତିନି ଦିନହେବ ନିଖୋଜ ଥିବାବେଳେ ଏ ନେଇ ପରିବାର ଲୋକଙ୍କ ପକ୍ଷରୁ ଧାନମଣ୍ଡଳ ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଥିଲା । ଏ ନେଇ ଶୁକ୍ରବାର ହାଇ ଲେବଲ କେନାଲରେ ଯୁବତୀଙ୍କ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏ ନେଇ ଧାନମଣ୍ଡଳ ଫାଣ୍ଡି ପୁଲିସକୁ ଜଣାଇବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ପାଣିରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବଡଚଣା ମେଡିକାଲକୁ ପଠାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳ ଲୋକାରଣ୍ୟ ହୋଇପଡିଥିବା ବେଳେ ପୁଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।

Comments (0)
Add Comment