ଅତିରିକ୍ତ ତହସିଲଦାରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି

କାର୍ଯ୍ୟ ସମ୍ପାଦନ ବେଳେ ଜିଲ୍ଲାର ଜଣେ କରୋନା ଯୋଦ୍ଧା ତଥା ଗୁମ୍ମା ବ୍ଲକ ର ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ମାଝୀଙ୍କ ଅକାଳ ବିୟୋଗ ପରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।ଜିଲ୍ଲା ପାଳ ଅନୁପମ ସାହା ସ୍ବର୍ଗତ ରାଜେନ୍ଦ୍ର ମାଝୀଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।ଆତ୍ମାର ସଦଗତି କାମନା କରିଥିଲେ। ସ୍ୱର୍ଗତ ମାଝୀ ଜଣେ ସଚ୍ଚୋଟ କର୍ମଠ ଅଧିକାରୀ ଭାବେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିଥିଲେ।କୋର ନାକୁ ରୋକିବା ପାଇଁ ଗୁମ୍ମା ବ୍ଲକରେ ବିଭିନ୍ନ ପଦକ୍ଷେପ ସଫଳତାର ସହ କରୁଥିଲେ।କାର୍ଯ୍ୟ ସମ୍ପାଦନ ବେଳେ ଅସୁସ୍ଥ ହୋଇ ମୃତ୍ୟୁ ହୋଇଥିବାରୁ ଶ୍ରୀ ମାଝୀ ଜଣେ ପ୍ରମୁଖ କୋର ନା ଯୋଦ୍ଧା ଥିଲେ ବୋଲି ଜିଲ୍ଲା ପାଳ କହିଥିଲେ।ଏହି ଶୋକ ଶୋଭାରେ ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଞ୍ଜନ ଭଞ୍ଜଦେଓ, ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା,ପି ଆଇ ଟି ଡି ଏ ସୋରାଜ କୁମାର ବେହେରା ସମେତ ବହୁ ବରିଷ୍ଠ ଅଧିକାରୀ ଶ୍ରୀ ମାଝିଙ୍କ ଫଟୋଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ।

Comments (0)
Add Comment