କରୋନା ରୋଗୀ ସଂଖ୍ୟା ୭୪କୁ ବୃଦ୍ଧି ଗୋଟିଏ ଦିନରେ ଚିହ୍ନଟ ହେଲେ ୧୩

ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ସକାଳେ ୭ଟି କରୋନା ପଜିଟିଭ୍ ସଂପର୍କରେ ସୂଚନା ଦିଆଯାଇଥିଲା । ଫଳରେ ଆଜି ଗୋଟିଏ ଦିନରେ ୧୩ କରୋନା ରୋଗୀ ରାଜ୍ୟରେ ଚିହ୍ନଟ ହୋଇଥିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ରାଜ୍ୟରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୨୪ଜଣ ସୁସ୍ଥ ହେବା ପରେ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି, ଜଣେ ମୃତୁ୍ୟବରଣ କରିଛନ୍ତି, ଅନ୍ୟମାନେ ଚିକିସôାଧିନ ଅଛନ୍ତି । ବର୍ତ୍ତମାନ ପଜିଟିଭ୍ ଜଣାପଡ଼ିଥିବା ୧୩ ଜଣଙ୍କର ଟ୍ରାଭେଲ୍ ହିଷ୍ଟ୍ରି ଜଣାପଡ଼ିନାହିଁ । ଏଣୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟିମ୍ ଗଠନ କରାଯାଇ କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି । ଅନ୍ୟପଟେ ଆଜି ଏଠାରୁ ରାଜ୍ୟରେ କେତେକ କ୍ଷେତ୍ରରେ ଲକ୍ଡାଉନ୍ କୋହଳ କରିବା ବେଳେ ପଜିଟିଭ୍ ସଂଖ୍ୟା ବଢ଼ିବା ନେଇ ଜନସାଧାରଣଙ୍କଠାରୁ ଆରମ୍ଭ କରି ସରକାରଙ୍କୁ ଚିନ୍ତାରେ ପକାଇଛି । ଶେଷ ସୂଚନା ଅନୁଯାୟୀ ବର୍ତ୍ତମାନ ଚିହ୍ନଟ ହୋଇଥିବା ୬ ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ ଯାଜପୁର ବ୍ଲକର । ସେମାନଙ୍କ ମଧ୍ୟରୁ ୩ ଜଣ କୋରେଇ ବ୍ଲକର, ଦଶରଥପୁର ବ୍ଲକର ଜଣେ ବୋଲି ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏମାନେ ସମସ୍ତେ ଗତ ୨୮ ଓ ୨୯ ତାରିଖରେ କାର୍ ଯୋଗେ କଲିକତାରୁ ଫେରିଥିବା ସୂଚନା ମିଳିଛି । ଏମାନଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି ବୋଲି ଯାଜପୁର ଜିଲ୍ଲାପାଳ ରଂଜନ ଦାସ କହିଛନ୍ତି ।

Comments (0)
Add Comment