ରାଜ୍ୟସଭା ପ୍ରାର୍ଥୀ ନିରଞ୍ଜନ ବିଶିଙ୍କୁ ସ୍ୱାଗତ କରିବା ପାଇଁ ଆଦିବାସୀ କଲ୍ୟାଣ ସଂଘର ପ୍ରସ୍ତୁତି ବୈଠକ

ପାଟଣାଗଡ଼: ଆଦିବାସୀମାନଙ୍କ ମଉଡମଣି ନିରଞ୍ଜନ ବିଶି ରାଜ୍ୟସଭା ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ଉଭୟ ଶ୍ରୀ ବିଶି ମହୋଦୟ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଆଦିବାସୀ ସଂଘର କର୍ମକର୍ତ୍ତା । ଆଜି ଆଦିବାସୀ ଭବନ ପାଟଣାଗଡ଼ଠାରେ ବ୍ଲକ ସଭାପତି ଶଅଷ୍ଟରତ୍ନ ବରିହାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଶ୍ରୀ ନିରଞ୍ଜନ ବିଶି ରାଜ୍ୟସଭାକୁ ସଭାକୁ ମନୋନୀତ ହୋଇଥିବାରୁ ସଭାରେ ଆନନ୍ଦର ଲହରୀ ଖେଳିଯାଇଛି ତଥା ପାଟଣାଗଡ଼ ମାଟିରୁ ଜଣେ ଗରିବ ଆଦିବାସୀ ଶ୍ରେଣୀରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରିଥିବାରୁ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ଶ୍ରୀ ବିଶିଙ୍କର ପ୍ରତ୍ୟାବର୍ତ୍ତନ ସମୟରେ ପାଟଣାଗଡ଼ରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିବାକୁ ସଭାରେ ଆଲୋଚନା କରାଗଲା । ଆଜିର ସଭାରେ ବ୍ଲକ ସମ୍ପାଦକ ସାରଥୀ ବାଗ, ଗିରିରାଜ ଭୋଇ,ଗଦି ବରିହା,ଟିକେଶ୍ୱର ଧରୁଆ, ଯଦୁମଣି ବରିହା,ମିନିକେତନ ଧରୁଆ, ଦୁର୍ଯ୍ୟୋଧନ ଭୋଇ, ଧୁବଲେଶ୍ୱର ଭୋଇ, ଜଳ ଧରୁଆ, ଘସିଏନ ସରପଞ୍ଚ ମଣ୍ଟୁ ଗଡତ୍ୟା, ଘନ ଭୁଏ, ହୃଷିକେଶ ଭୋଇ, ଦେବହରି ଭୁଏ, ମନବୋଧ ବରିହା, ମଙ୍ଗଲୁ ଭୁଏ, ଏନଏସି ସଭାପତି ଚନ୍ଦ୍ର ଶବର, ଗୋରେଖ ନାଥ ବରିହା, ଗୌରୀଶଙ୍କର ବରିହା ,ମିତ୍ର ଭୁଏ ସହ ଶତାଧିକ ଆଦିବାସୀ ନେତା ଯୋଗଦେଇଥିବା ବେଳେ ମିତ୍ରଭାନୁ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment