ଦାରିଙ୍ଗବାଡ଼ିରେ ଆରମ୍ଭ ହେଲା ଜରୁରୀକାଳୀନ ଅଟୋ ସେବା

ଦାରିଙ୍ଗବାଡ଼ି:କରୋନା ପାଇଁ ସାରା ରାଜ୍ୟରେ ଲଡାଉନ ଜାରି । କରାଯାଇଥିବା ଯୋଗୁଁ ଦାରିଙ୍ଗବାଡ଼ି ଅଂଚଳରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଯାହା ଫଳରେ ମୁଖ୍ୟତଃ ଦାରିଙ୍ଗବାଡ଼ିର ବିଭିନ୍ନ ଦୁର୍ଗମ ଗ୍ରାମାଂଚଳରେ ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କୁ ଡାକ୍ତରଖାନାକୁ ଆଣିବାରେ ସମସ୍ୟା ସୃଷ୍ଟି ହୋଇଛି । ଦାରିଙ୍ଗବାଡ଼ି ଜିଲ୍ଲାର ବୃହତ ବ୍ଲକ ହୋଇଥିବା ହେତୁ ରୋଗୀଙ୍କୁ ଡାକ୍ତରଖାନାକୁ ନେବା ଆଣିବା କରିବା ପାଇଁ ଜିଲା ପ୍ରଶାସନ ତରଫରୁ ଦାରିଙ୍ଗବାଡ଼ିରେ ଜରୁରୀକାଳୀନ ଅଟେ ସେବା ଆରମ୍ଭ କରାଯାଇଛି କନ୍ଧମାଳ ଏସ୍‌ପି ପ୍ରତୀକ ସିଂଙ୍କ ତତ୍ତ୍ଵାବଧାନରେ ଡି. ଏସ୍ ପି ସୂର୍ଯ୍ୟକାନ୍ତ ରାୟ ,ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମାନସରଂଜନ ବାରିକ ଏବଂ ବାଲିଗୁଡ଼ା ଉପଜିଲାପାଳ ଦେବେନ୍ଦ୍ର କୁମାର ନନ୍ଦ ପ୍ରମୁଖ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଦାରିଙ୍ଗବାଡ଼ି ପୁଲିସ ତରଫରୁ ୧୦ଜଣ ଅଟୋ ମାଲିକଙ୍କୁ9୪ ଫୁଟିଆ ଜରୁରୀକାଳୀନ ଅଟୋ ସେବା ଦେବା ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି ।

କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଅଟୋ ମାଲିକଙ୍କୁ ଏହିଭଳି ପରିସ୍ଥିତିରେ ଏହି ସେବାକୁ ଏକ ଗୁରୁତ୍ୱ ପୁର୍ଣ୍ଣ ସେବା ବୋଲି କହିଥିଲେ ଦାରିଙ୍ଗବାଡ଼ି ଅଂଚଳପାଇଁ ୨ଟି ସ୍ବତନ୍ତ୍ର ମୋବାଇଲ ନମ୍ବର (ପୋଲିସ-୭୦୦୮୪୪୫୧୦୦/ଅଟୋ ସଂଘ-୯୩୩୭୩୦୦୮୧୦)ଜାରି କରାଯାଇ ଯେଉଁ ମାନଙ୍କୁ ଜରୁରୀ ପରିସ୍ଥିତିରେ ଅଟୋ ଆବଶ୍ୟକ ସେହି ନମ୍ବରରେ ଯୋଗାଯୋଗ କରିବା ପାଇଁ ପୁଲିସ ତରଫରୁ କୁହାଯାଇଛି । ଏହାପରେ କରୋନା ନେଇ ସମସ୍ତଙ୍କୁ ସବଚେତନ କରାଯାଇ ଅଟୋଚାଳକଙ୍କୁ ପୁଲିସ ତରଫରୁ ମାସ୍କ ବଂଟନ କରାଯାଇଥିଲା ଅନ୍ୟମାନଙ୍କ ମଧ୍ୟରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝା, ବିଡିଓ ଡ.ଜଗଦୀଶ ଷଡ଼ଙ୍ଗୀ, ତହସିଲଦାର ନିତୀଶକୁମାର ତ୍ରୀପାଠୀ ,ସବଇନ୍ସପେକ୍ଟର ସୌମ୍ୟରଂଜନ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ ।

Comments (0)
Add Comment