କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ପୁଲିସର ଦୁର୍ବ୍ୟବହାର ପ୍ରସଙ୍ଗ, ପ୍ରଶାସନର ଦୃଷ୍ଟି ଆକର୍ଷଣକଲେ ବ୍ଲକସ୍ତରରୁ ସାମ୍ବାଦିକ

ବାଲିଗୁଡା,୩୧/୫- କନ୍ଧମାଳ ଜିଲ୍ଲାର ସାମ୍ବାଦିକ ମାନଙ୍କୁ ଫୁଲବାଣୀ ଟାଉନଥାନା ସବ ଇନ୍ସପେକ୍ଟର ଦୀପକ କୁମାର ସାମନ୍ତ ସିଂହାରଙ୍କ ଦୁର୍ବ୍ୟବହାର ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଦୃଢ କାର୍ଯ୍ୟନୁଷ୍ଠାନ ଦାବୀକରି ଜିଲ୍ଲାର ବାଲିଗୁଡ଼ା ଫ୍ରଣ୍ଟ ଲାଇନ ସାମ୍ବାଦିକ ସଂଘ ସମେତ ତୁମୁଡିବନ୍ଧ, ନୂଆଗାଁ, ରାଇକିଆ, ଜି. ଉଦୟଗିରି, ଫିରିଙ୍ଗିଆ, ଖଜୁରୀପଡ଼ା,ଦାରିଙ୍ଗବାଡି ଓ ଫୁଲବାଣୀ ବ୍ଲକ ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ପକ୍ଷରୁ ଉପଜିଲ୍ଲାପାଳ, ବିଡ଼ିଓ ଓ ତହସିଲଦାର ଙ୍କ ଜରିଆ ରେ କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡି ଙ୍କୁ ଦାବୀପତ୍ର ପ୍ରଦାନ କରଯାଇଛି ।

ଏହା ସହ ସାମ୍ବାଦିକ ମାନଙ୍କୁ ଗୋପବନ୍ଧୁ ଯୋଜନାରେ ସାମିଲ, ବାଦ ପଡ଼ିଥିବା ସାମ୍ବାଦିକଙ୍କୁ ଟିକା ପ୍ରଦାନ, କରୋନା କାଳରେ କରୋନା ଟିକାସହ ଉତ୍ତମ ଚିକିତ୍ସା ଓ କ. ନୂଆଗାଁ ଓ ଫୁଲବାଣୀର ଦୁଇ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ତୁରନ୍ତ କ୍ଷତି ପୂରଣ ପ୍ରଦାନରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହୋଇଛି ।

Comments (0)
Add Comment