ବୌଦ୍ଧବ୍ଲକ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ,୩୧/୫- ବୌଦ୍ଧବ୍ଲକ ମଇ ମାସର ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ ଗୋଷ୍ଠୀଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଭରଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ସି ଆର ସି ସି ଏବଂ ନିଜ ନିଜର ପରିବାର କରୋନା ପ୍ରତି ସଚେତନ ରହିବା, ନିଜ କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି କି ତାର ଖବର ଅଫିସକୁ ଜଣାଇବାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଘିବେଲା ସୂଚନା ଦେଇ କରୋନା କଟକଣାକୁ ପାଳନକରି ବିଦ୍ୟାଳୟରେ ପିଲାମାନଙ୍କ ନାମଲେଖା, କ୍ଲଷ୍ଟର ଅନୁସାରେ ଭରଚୁଆଲ ମିଟିଙ୍ଗ ଓ ଅନ ଲାଇନ କ୍ଲାସ ଉପରେ ଗୁରତ୍ୱ ଦେବା ସହିତ ବିଦ୍ୟାଳୟ ପରିବେଶରେ ବୃକ୍ଷରୋପଣ ଓ ସଫା ସୁତୁରା ରଖିବା ଉପରେ ଆଲୋଚନା କରିଥିଲେ । ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା କୌଣସି ପିଲା ଯେପରି ବିଦ୍ୟାଳୟ ବାହାରେ ନ ରୁହନ୍ତି, ଅସଂପୂର୍ଣ୍ଣ ନିର୍ମାଣକାର୍ଯ୍ୟ, ମୋ ସ୍କୁଲ ଅଭିଯାନ, ବିଦ୍ୟାଳୟ ପୋଷାକ, ଲାଇବ୍ରେରୀ, ପାରଦର୍ଶୀ ପୋର୍ଟାଲ, ଏଲ ଇ ପି ବହି, ନିଷ୍ଟାଟ୍ରେନିଂ ସାର୍ଟଫିକେଟ ଓ ଏକଷ୍ଟେଣ୍ଡେଡ ଏମ ଆଇ ଏସ ରେ ଇମଫ୍ରାଷ୍ଟକଚର ଅପ ଡେଟ କରିବା ଉପରେ ଆଲୋଚନା କରିଥିଲେ । ସମସ୍ତ ୨୧ କ୍ଲଷ୍ଟର ସି ଆର ସି ସି ନିଜ ନଜର ମତ ରଖିବା ପରେ ସନ୍ତୋଷ କର୍ଣ୍ଣ ଧନ୍ୟବାଦ ଦେଇଥିଲେ ।

Comments (0)
Add Comment