ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବୌଦ୍ଧ/ଜହ୍ନାପଙ୍କ ,୩୧/୫:- ବୌଦ୍ଧ ବ୍ଳକ ମୁଣ୍ଡିପଦର ପଂଚାୟତ ଅନ୍ତର୍ଗତ କୁଳୁତାଖଲିରେ ଦୀର୍ଘ ୨୪ ବର୍ଷ ଧରି କାର୍ଯ୍ୟରତଥିବା ପ୍ରଧାନଶିକ୍ଷକ ଶେଷଦେବ ବେହେରା ଆଜି ଶିକ୍ଷକତା ଜୀବନରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ସ୍କୁଲ ପରିଚାଳନା କମିଟିର ସଭାପତି ଚୈତନ୍ୟ ମହଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ତାଳସରଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କ୍ଷେତ୍ରବାସୀ ଭୋଇ ଯୋଗଦେଇ ଶ୍ରୀ ବେହେରାଙ୍କ ୨୪ ବର୍ଷ ଶିକ୍ଷକତା ଜୀବନର ଗୁଣବଳୀ ସମ୍ପର୍କରେ କହିଥିଲେ । ଏହା ପରେ ଶ୍ରୀ ବେହେରା ନିଜ ଶିକ୍ଷକତା ଜୀବନର ଅନୁଭୂତି କହିଥିଲେ ।ତେବେ ତାଙ୍କ ପରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସହଯୋଗ କରି ସ୍କୁଲର ଶୈକ୍ଷିକ ପରିବେଶ ଓ ସୁସ୍ଥ ବାତାବରଣ ବଜାୟ ରଖିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ପରେ କମିଟି ପକ୍ଷରୁ ବିଭିନ୍ନ ଉପକରଣ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ସଭ୍ୟା ସେବତୀ ଭୋଇ, ନୟନ । ରାଉତ, ସୁକାନ୍ତି ମହଲା, ପଦ୍ମାବତୀ ବେହେରା, ମନ୍ଦୋଦରୀ ପୋଢ଼, ଅମ୍ବିକା ବାଘ, ସୁରେଶ ମୁଦୁଲି, ବିନୋଦ ରଣବିଡା ପ୍ରମୁଖ ଉପସ୍ଥିତ ଥିଲେ । ସଭ୍ୟ ପ୍ରମୋଦ ନାଏକ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment