ଦ୍ୱିତୀୟ ଗନ୍ଧରାଢୀ ଲୋକକଳା ମହୋତ୍ସବ-୨୦୨୩ ପାଇଁ ପ୍ରସ୍ତୁତି ବୈଠକ

ଜହ୍ନ ।ପଙ୍କ,୨/୧: ଦ୍ୱିତୀୟ ଗନ୍ଧରାଢୀ ଲୋକକଳା ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ମହୋତ୍ସବ କମିଟିର ସଭାପତି ଅଶୋକ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଚାରିଶମ୍ଭୁ ପୀଠ ଠାରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚ ।ୟତରାଜ ଓ ଜଳଯୋଗାଣ ତଥା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଯୋଗଦେଇ କହିଥିଲେ ଯେ ଗନ୍ଧରାଢୀ ମନ୍ଦିରର ମହିମା ଅନେକ ଯାହାକି ଆମକୁ ଅଗୋଚର ରହିଛି, ଗତବର୍ଷ ମହୋତ୍ସବରେ ଏକ ବିପଦରୁ ଆମକୁ ହର ଓ ହରି ରକ୍ଷା କରିଥିଲେ । ତେଣୁ ଚଳିତ ବର୍ଷ ୫ ଦିନ ଧରି ହେବାକୁ ଥିବା ଏହି ମହୋତ୍ସବ କିପରି ଆକର୍ଷଣ ହୋଇ ସାରା ଦେଶରେ ଯେପରି ସୁନାମ ଅର୍ଜନ କରିବ ସେଥିପାଇଁ ଅଞ୍ଚଳବାସୀଙ୍କ ସହଯୋଗର ଆବଶ୍ୟକ ରହିଛି । ଏଥିସହିତ ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ଚାରିଶମ୍ଭୁ ଠାରୁ ଏକ ରାସ୍ତା ଗୁଢିଆଳିଦେଇ ବୁରକଟାକୁ ସଂଯୋଗ କରିବ ସେଥିପାଇଁ ପ୍ରସ୍ତୁତ ଥିବା କହିଥିଲେ । ଏଥିପାଇଁ ସବୁକ୍ଷେତ୍ରରେ ମୁଁ ସାହାଯ୍ୟ କରିବାକୁ ପ୍ରସ୍ତୁତ ବୋଲି କହିଥିଲେ । ସଂପାଦକ ଶମ୍ଭୁ ଗିରିଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଜିପିଓ ଗଜେନ୍ଦ୍ର ବାରିକ, ବିଶିକେସନ ପ୍ରଧାନ, ପୂର୍ବତନ ବୌଦ୍ଧ ବ୍ଳକ ଉପାଧ୍ୟକ୍ଷ ମନରଞ୍ଜନ ପୁରୋହିତ, ସନ୍ତୋଷ କର୍ଣ୍ଣ, ନୀଳଲୋହିତ ମହାପାତ୍ର, କୃତ୍ତିବାସ ପଲିଆ, ଅବସରପ୍ରାପ୍ତ ନବୀନ କୁମାର ପ୍ରଧାନ, ପ୍ରଭାତ କୁମାର ଶତପଥୀ, ପ୍ରତାପ ବେହେରା ମହୋତ୍ସବ କିପରି ସରସ ସୁନ୍ଦର ହେବ ଏବଂ ଗତବର୍ଷର ବିଭ୍ରାଟକୁ ସଂଶୋଧନ କରିବା ପାଇଁ କହିଥିଲେ ।ଚଳିତ ବର୍ଷ ଜଗତି ହାଇସ୍କୁଲ ପଡିଆରେ ହେବା ପାଇଁ ସ୍ଥିର କରାଗଲା ।ପଣ୍ଡିତ ସୁଶୀଳ କୁମାର ପାଣିଗ୍ରାହୀ ଫେବୃଆରୀ ୨୨ ରୁ ୨୬ ପର୍ଯ୍ୟନ୍ତ ମହୋତ୍ସବ ପାଇଁ ଶୁଭ ଲଗ୍ନ ଥିବା ପ୍ରକାଶ କରିଥିଲେ ।ଏହାକୁ ସମସ୍ତେ ସମର୍ଥନ ଜଣାଇଥିଲେ ।ଶେଷରେ ସହ ସମ୍ପାଦକ ସ୍ୱାଧୀନ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ମହୋତ୍ସବ କମିଟିର ବହୁ ସଦସ୍ୟ ଯୋଗ ଦେଇଥିଲେ ।

Comments (0)
Add Comment