ପ୍ରଧାନଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ବୌଦ୍ଧ/ଜହ୍ନାପଙ୍କ ,୩୧/୫:- ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ କଉଡ଼ିଆତୋଳା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶେଷଦେବ ମିଶ୍ରଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଆୟୋଜିତ ସଭାରେ ସି ଆର ସି ସି ସନ୍ତୋଷ କୁମାର ଶତପଥି ସଭାପତିତ୍ୱ କରିଥିଲେ । ସହଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା ମୁଖ୍ୟ ଅତିଥି, ଅଖିଳ କୁମାର ପ୍ରଧାନ, ତେଲିବନ୍ଧ ସି ଆର ସି ସି ରାଜକୁମାର ପ୍ରଧାନ, ମୁଣ୍ଡାପଡା ସି ଆର ସି ସି ଶେଷଦେବ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅବସର ନେଇଥିବା ଶ୍ରୀ ମିଶ୍ରଙ୍କ ଉଦ୍ଦେଶ୍ୟରେ ଏବଂ ବିଦ୍ୟାଳୟ ପରିବେଶ ଓ ପିଲାଙ୍କ ଶିକ୍ଷଣ କାର୍ଯ୍ୟରେ ସହଯୋଗ କରିବାକୁ ଶିକ୍ଷକ ଓ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ । ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ମିଶ୍ର ନିଜର ଅନୁଭୂତି ପ୍ରକାଶ କରିଥିଲେ । ବିଦ୍ୟାଳୟ ତରଫରୁ ଶ୍ରୀ ମିଶ୍ରଙ୍କୁ ମାନପତ୍ର ଓ ଉପଢୌକନ ଦେଇ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଂଜିତ ପ୍ରଧାନ, ମୋ ସ୍କୁଲ ଅଭିଯାନର ସଭାପତି ଚକ୍ରଧର ନାଏକଙ୍କ ସହିତ ଅଭିଭାବକମାନେ ଉପସ୍ଥିତ ଥିଲେ ।

Comments (0)
Add Comment