ମୋଦୀଜୀଙ୍କ ଜନ୍ମଜୟନ୍ତୀ ପାଳନର ଷଷ୍ଠ ଦିବସରେ ସେବା ଏବଂ ସମର୍ପଣ ଦିବସ ପାଳନ

ବୌଦ୍ଧ,୨୨/୯- ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀ ୭୧ ତମ ଜୟନ୍ତୀର ଷଷ୍ଠ ଦିବସରେ ଆଜି ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ପୁରୁଣାକଟକ ଠାରେ ସେବା ଏବଂ ସମର୍ପଣ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ପୁରୁଣାକଟକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଏହାପରେ କରୋନା ଦ୍ୱିତୀୟ ଡୋଜ ମାଗଣା ଟୀକା ଦାନ କାର୍ଯ୍ୟକ୍ରମରେ ସହଯୋଗ କରିବାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସର୍ବଭାରତୀୟସ୍ତରରେ କିପରି ଟୀକାକରଣ ମାଗଣାରେ ସମସ୍ତଙ୍କୁ ଦିଆଯାଉଅଛି ତାହା ସମସ୍ତଙ୍କୁ ବୁଝାଇ ଦିଆଯାଇଥିଲା । ତାପରେ ପୁରୁଣାକଟକ ପଞ୍ଚାୟତ ଦ୍ୱାରା କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀମାନଙ୍କୁ ଚାଉଳ ସଂଗ୍ରହ ପାଇଁ ” ମୋଦି ବ୍ୟାଗ’ ମାଗଣାରେ ପ୍ରଦାନ କରାଯାଇଥିଲା ।ଚତୁର୍ଥ କାର୍ଯ୍ୟକ୍ରମ ପୁରୁଣା କଟକ ମଣ୍ଡଳର ୪୦ ଜଣ ହିତାଧିକାରୀ ମାନଙ୍କର କୃତଜ୍ଞତା ପୋଷ୍ଟକାର୍ଡ ଦ୍ୱାରା ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ୭୧ ତମ ଜନ୍ମ ଜୟନ୍ତୀ ରେ କୃତଜ୍ଞତା ଶୁଭେଚ୍‌ଛା ବାର୍ତ୍ତା ମାନ ବିଭିନ୍ନ କେନ୍ଦ୍ରୀୟ ହିତାଧିକାରୀ ବୃନ୍ଦ ପ୍ରଦାନ କରିଥିଲେ ।

ଆଜିର ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସହ ମଣ୍ଡଳ ପ୍ରଭାରୀ ମାଗୁଣି ଗାଇଗୌରିଆ, ସୁଶାନ୍ତ ପ୍ରଧାନ, ଅକ୍ଷୟ କୁମାର ସାହୁ, ବୁଲୁ ଯୋଶୀ, ଅନ୍ତର୍ଯ୍ୟାମୀ ମିଶ୍ର, ଅଶୋକ ସେଠି, ପ୍ରବୀର ମହାର, ସୁବାସ ପ୍ରଧାନ , ପୂର୍ଣ୍ଣଚନ୍ଦ୍ର ଗାଇଗୌରିଆ, ବାମନ ବାରିକ, ଗରୁଡ଼ ପ୍ରଧାନ , କୁନା ମାହାର, ଶୁଭ୍ରାଂଶୁ ପ୍ରଧାନ, ବୃନ୍ଦା ଦନ୍ତା ପ୍ରମୁଖ ବହୁ ବିଜେପି ନେତୃବୃନ୍ଦ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Comments (0)
Add Comment