ବାଉଁଶୁଣୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୫-ଟି ରୂପାନ୍ତରଣ କାର୍ଯ୍ୟ ଶୁଭାରମ୍ଭ

ବୌଦ୍ଧ,୩୧/୫ – ବୌଦ୍ଧବ୍ଲକ ବାଉଁଶୁଣୀ ନୋଡାଲ ଉଚ୍ଚବିଦ୍ୟାଳୟରେ ୫-ଟି ରୂପାନ୍ତରଣ କାର୍ଯ୍ୟର ଶୁଭାରମ୍ଭ ପାଇଁ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କ ଦ୍ୱାରା ଭୂମି ପୂଜନ କାର୍ଯ୍ୟ ଆଜି ହୋଇଯାଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଅଶ୍ୱିନୀ ମେହେର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବବିତାରାଣୀ ଦଳବେହେରା, ବୌଦ୍ଧ ବିଡିଓ ଦେବୀପ୍ରସାଦ ଦାଶ, ଆର୍କିଟେକ ସୁମନ ଷଡଙ୍ଗୀ, ସ୍ଥାନୀୟ ସରପଞ୍ଚ, ବିଦ୍ୟାଳୟର ପ୍ରଧାନଶିକ୍ଷକ ପଞ୍ଚାନନ ମିଶ୍ର, ମୋ ସ୍କୁଲ ଅଭିଯାନ ସଭାପତି ଘୁମୁଡୁ ଦନ୍ତା, ବିଜ୍ଞାନ ନୀରିକ୍ଷକ ଦେବେନ୍ଦ୍ର ଦେହୁରୀ, ପୁରାତନ ଛାତ୍ର ତଥା ଅବସରପ୍ରାପ୍ତ ବିଇଓ ଦଶରଥ ମେହେର, ଆଲୁମିନି ସଦସ୍ୟ ଇଂ ରାକେଶ ତ୍ରିପାଠୀ, ସୁନୀଲ ବାରିକ, ଅନିରୁଦ୍ଧ ମହାକୁଡ, ପୂର୍ବତନ ବ୍ଲକ ଉପସଭାପତି ବିକ୍ରମ ମହାକୁଳ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଖେଳ ଶିକ୍ଷକ ସୁରେନ୍ଦ୍ରନାଥ ଦାଶ, ଶିକ୍ଷକ ଖଗେଶ୍ୱର ମେହେର ତଥା ସନ୍ତୋଷ ଥନାପତି ପ୍ରମୁଖ ସହଯୋଗ କରିଥିଲେ ।

Comments (0)
Add Comment