ଚାଷୀ ମୁଣ୍ଡରେ ଚଡକ : ଉଚିତ୍ ମୂଲ୍ୟ ପାଉନି, କେମିତି ସୁଝିବ ଋଣ

ଫୁଲବାଣୀ:ରାଜ୍ୟରେ କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟା ଧିରେ ଧିରେ ବଢୁଥିବା ବେଳେ ରାଜ୍ୟ ସରକାର ଏହି ସଂକ୍ରମଣରୁ ବଂଚିବ କେମିତି ବଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି ।ଲକଡାଉନ ଭଳି ସମସ୍ୟା ପଦକ୍ଷେପ ନେଉଛନ୍ତି କିନ୍ତୁ ଏହି ବନ୍ଦ ଫଳରେ ଚାଷୀ ନିଜ ଚାଷରୁ ହୋଉଥିବା ଅମଳ କିଭଳି ବଜାରକୁ ଆସିବ ଏବେ ଚିନ୍ତାରେ ।କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦର ମହକୁମା ଠାରୁ ୨୦ କିଲୋମିଟର ଦୁରରେ ଥିବା ଗୁମାଗଡ଼ ପଂଚାୟତର ଚାଷି ପରିବା ଚାଷ କରି ଏବେ କ୍ଷତି ସହିଛନ୍ତି ।ଲକଡାଉନ୍ ସାଙ୍ଗକୁ ଅଦିନିଆ ବର୍ଷା ଚାଷୀ କରିଥିବା ବାଇଗଣ,ଟମାଟ,ଆଦି ବିଭିନ୍ନ ପନିପରିବା ଜମିରେ ନଷ୍ଟ ହେଇଯିବାର ଭୟରେ କମ ଦାମରେ ବିକିବାକୁ ବାଧ୍ୟ ହେଉଛନ୍ତି ।

ଲକଡାଉନ୍ ହେବାଫଳରେ ଗାଡି ମୋଟର ନଚାଲିବାରୁ ନିଜ ଗ୍ରାମର ରାସ୍ତା କଡରେ ବସି ପନିପରିବା ବ୍ୟବସାୟ କରୁଛନ୍ତି ।କିନ୍ତୁ ଚାଷୀ ଏହି ପନିପରିବାର ଉଚିତ୍ ମୁଲ୍ୟ ନପାଇବାରୁ ଏବେ ଚାଷ ପାଇଁ ଆଣିଥିବା ଋଣ କିଭଳି ସୁଝିବେ ବୋଲି ଚିନ୍ତାରେ ଚାଷୀ କରୋନା ଭଳି ମହାମାରୀରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଏହି ଚାଷୀମାନେ ସ୍ୱାଗତ କରୁଛନ୍ତି । କିନ୍ତୁ ଚାଷୀର ଅମଳ ନଷ୍ଟ ହୋଉଥିବାରୁ କିଭଳି କ୍ଷତି ପୂରଣ ମିଳିବ ସରକାରଙ୍କ ପକ୍ଷରେ ଗୁହାରୀ କରିଛନ୍ତି ଚାଷୀ ।

Comments (0)
Add Comment