ସମ୍ବଲପୁର ସହରରେ ଆକାଶରୁ ଖସିଲା ନିଆଁ, ଜଳିଗଲା ନଡିଆ ଗଛ : ଦେଖନ୍ତୁ ଭିଡିଓ

ସମ୍ବଲପୁର :ମଙ୍ଗଳବାର ସନ୍ଧ୍ୟା କାଳବୈଶାଖୀର ଏକ ତାଣ୍ଡବଲୀଳା ଏଠାରେ ଧଚଉରାପଡାଠାରେ ଦେଖିବାକୁ ମିଳିଥିଲା । ଦୃତଗତିରେ ପବନ ସହ ସାମାନ୍ୟ ବର୍ଷା ହେଉଥିବା ସମୟରେ ହଠାତ ବଜ୍ରାଘାତରୁ ଏକ ଜୀବନ୍ତ ନଡିଆ ଗଛରେ ନିଆଁ ଲାଗି ଗଲା ଓ ଏହା ହୁ ହୁ ହୋଇ ପୋଡିବାକୁ ଲାଗିଲା ।

ଆଖପାଖ ଲୋକେ ଆତଙ୍କିତ ହୋଇ ପୁଲିସ ଓ ଅଗ୍ନିଶମ ବିଭାଗ କୁ ଫୋନକରି ଏହାର ସୂଚନା ଦେଇଥିଲେ । ସଙ୍ଗେ ସଙ୍ଗେ ପ୍ରତିକାର ବ୍ୟବସ୍ଥା ଯୋଗୁଁ ଆଉ କୌଣସି କ୍ଷୟକ୍ଷତି ହୋଇ ନାହିଁ ବୋଲି ସୂଚନା ମିଳିଛି ।

Comments (0)
Add Comment