ପୁରୀ ମୁକ୍ତାକାଶ ରଙ୍ଗମଞ୍ଚରେ ଉଦ୍‌ଘାଟିତ ହୋଇଛି ‘ଆରମ୍ଭ ମହୋତ୍ସବ-୨୦୨୪’

ପୁରୀ : ପୁରୀ ମୁକ୍ତାକାଶ ରଙ୍ଗମଞ୍ଚଠାରେ ଉଦ୍‌ଘାଟିତ ହୋଇଛି ‘ଆରମ୍ଭ ମହୋତ୍ସବ-୨୦୨୪’ । ବରିଷ୍ଠ ସେବାୟତ ତଥା ଅନୁଷ୍ଠାନର ସଭାପତି ଗୋପାଳଚନ୍ଦ୍ର ଖୁଣ୍ଟିଆ ଏହାର ଅଧ୍ୟକ୍ଷତା କରିଥିଲେ । ରାଜ୍ୟ ବିଜୁ ଯୁବ ଜନତା ଦଳର ଉପସଭାପତି ସୁନିଲ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସହିଦ ମନୋରଞ୍ଜନ ଲେଙ୍କାଙ୍କର ମା’ଙ୍କୁ ଆରମ୍ଭ ସହିଦ ସମ୍ମାନ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ରଙ୍କୁ ଆରମ୍ଭ ସଂସ୍କୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଥିସହ ବିଭିନ୍ନ ପଞ୍ଚାୟତର ଶ୍ରୀକ୍ଷେତ୍ର ଲକ୍ଷ୍ମୀ ପ୍ରତିଯୋଗିତାର କୃତି ପ୍ରତିଭାଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ପୀୟୁଷ ପଟ୍ଟନାୟକ ଓ ଶ୍ୟାମ ପ୍ରକାଶ ସେନାପତି ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଦିବାକର ପାତ୍ର, କାର୍ଯ୍ୟକାରୀ ସଭାପତି ତଥା ସଙ୍ଗଠକ ପ୍ରଦୀପ୍ତ କୁମାର ମିଶ୍ର, ଉପସଭାପତି ସମୀର ଶତପଥୀ, ସାଧାରଣ ସଂପାଦକ ଦେବାଶୀଷ ସିଂହ, ସମାଜସେବୀ ଜମ୍ବେଶ୍ୱର ମହାନ୍ତି, ସୁବର୍ଣ୍ଣ ଅଳଙ୍କାରର ପରିଚାଳକ ଅଭିଷେକ ବିନାନୀ, ମୁଖ୍ୟ ଉପଦେଷ୍ଟା ଭରତ ନାୟକ, ଉପଦେଷ୍ଟା ଅବିନାଶ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ ।

Comments (0)
Add Comment