କଂଗ୍ରେସ ଭବନରେ ପାଳନ ହେଲା ଉତ୍କଳ ଦିବସ

ଭୁବନେଶ୍ୱର : ଆଜି କଂଗ୍ରେସ ଭବନରେ ନିରାଡ଼ମ୍ବର ସହକାରେ ପାଳନ ହେଲା ଉତ୍କଳ ଦିବସ।ଆଜି ଉତ୍କଳ ଦିବସ ଅବସରରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଅନ୍ୟ କିଛି ନେତୃବୃନ୍ଦଙ୍କ ସହ କଂଗ୍ରେସ ଭବନରେ ଥିବା ଦେଶର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ଦେଶରେ ଦେଖାଦେଇଥିବା କୋ ରୋନା ମହାମାରୀ କୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତ୍ୱକୁ ବଯାୟୀ ରଖି ନିରାଡ଼ମ୍ବର ସହକାରେ ଉତ୍କଳ ଦିବସ ପାଳନ କରାଗଲା।ଆଜି ଏହି କାର୍ଯ୍ୟକର୍ମରେ ଅନ୍ୟ ମାନଙ୍କ ମଧ୍ୟରେ ମାନସ ଆଚାର୍ଯ୍ୟ,ଲିଙ୍ଗରାଜ ସାହୁ,କପିଳ ପଣ୍ଡା,ଦୀପକ ମହାପାତ୍ର,ବାଙ୍ଗେଲା ମଲ୍ଲିଆ,ସଂକୁନା କଂହର,ପ୍ରିୟବ୍ରତ ପଟ୍ଟନାୟକ,ସରୋଜ ସାହୂ ,ସୁନୀଲ ଜେନା ପ୍ରମୁଖ ଉପସ୍ଥିତ ଥିଲେ

Comments (0)
Add Comment