ଗଣିଆ ପ୍ରେସ କ୍ଳବର ନୂତନ କର୍ମକର୍ତ୍ତା, ସଭାପତି ହେଲେ ଦେବୀପ୍ରସାଦ

ଦଶପଲ୍ଲା,୩୧/୫- ନୟାଗଡ଼ ଜିଲ୍ଲା ଗଣିଆବ୍ଲକ ପ୍ରେସ କ୍ଳବର ୧୦୨ ତମ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଶିଶୁରାଇଜ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସର୍ବସମ୍ମତିକ୍ରମେ ଗଣିଆ ପ୍ରେସ କ୍ଳବର ସଭାପତି ଭାବେ ଦେବୀ ପ୍ରସାଦ ଦାଶଙ୍କୁ ମନୋନୀତ କରାଯାଇଥିବା ବେଳେ ସମ୍ପାଦକଭାବେ ବିଶ୍ୱରଞ୍ଜନ ସେଠୀ, ଉପ ସଭାପତି ଭାବେ କୈଳାଶ ଚନ୍ଦ୍ର ସାହୁ, ସହ ସମ୍ପାଦକଭାବେ ସୁରେଶ କୁମାର ସାହୁ, କୋଷାଧକ୍ଷ ଭାବେ ସମୀର କୁମାର ବେହେରାଙ୍କୁ ଚୟନ କରାଯାଇଛି । ଉପଦେଷ୍ଟା ଭାବେ ବ୍ରଜ କିଶୋର ସାହୁ ଏବଂ ପ୍ରଶନ୍ନ କୁମାର ସାହୁ ମନୋନୀତ ହୋଇଥିବା ବେଳେ ସଭ୍ୟ ଭାବରେ ଶ୍ରୀକାନ୍ତ ପାଣିଗ୍ରାହୀ ,ପ୍ରଦୀପ କୁମାର ପଣ୍ଡା ଓ ବିଜୟାନନ୍ଦ ତରେଇଙ୍କୁ ସଭ୍ୟ ଭାବେ ଗ୍ରହଣ କରାଯାଇଥିଲା । ସଭାପତିଙ୍କ ପରାମର୍ଶକ୍ରମେ ସମସ୍ତ ସଦସ୍ୟ ପ୍ରତ୍ୟେକ ମୁହୂର୍ତ୍ତରେ ସଂଘ ସହିତ ଜଡିତ ରହି କାର୍ଯ୍ୟ କରିବାକୁ ଶପଥ ନେଇଥିଲେ । ମନରେ କୌଣସି ଦ୍ୱନ୍ଦ୍ୱନରଖି ସବୁ ସମୟରେ ନିରପେକ୍ଷ ଏବଂ ନିର୍ଭିକ ଭାବେ ଖବର ପରିବେଷଣ କରିବାକୁ ଉପଦେଷ୍ଟା ସମସ୍ତ ସଦସ୍ୟଙ୍କୁ କହିଥିଲେ । ସାମ୍ବାଦିକତାକୁ ନିଶା ଭାବେ ଗ୍ରହଣ କରିବାକୁ ସଂପାଦକ ବିଶ୍ୱରଞ୍ଜନ ସେଠୀ ଉପଦେଶ ଦେଇଥିଲେ । ପରିଶେଷରେ ପ୍ରେସ କ୍ଲବର ସମସ୍ତ ସଭ୍ୟ ଗଣିଆ ଥାନାରେ ପହଞ୍ଚି ନୂତନଥାନା ଅଧିକାରୀ ଭାବେ ଯୋଗଦେଇଥିବା ବିମଳ କୁମାର ମଲ୍ଲିକଙ୍କୁ ସ୍ୱାଗତ ଜଣାଇବା ସହିତ ଗଣିଆ ବ୍ଲକ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ସଭାପତିଙ୍କ ନିର୍ଦ୍ଦେଶରେ ଗଣିଆ ପ୍ରେସ କ୍ଲବର ନୂତନ ଡ୍ରେସକୋର୍ଡକୁ ନୂତନ ଥାନା ଅଧିକାରୀ ପ୍ରଶଂସା କରିଥିଲେ ।

Comments (0)
Add Comment