ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ ଯୋଗଦିବସ ଅନୁଷ୍ଠିତ

ଗଣିଆ,୨୧/୬- ବିଶ୍ୱ ଯୋଗ ଦିବସ ଅବସରରେ ନୟାଗଡ ଜିଲ୍ଲା ଗଣିଆ ବ୍ଳକର ବିଭିନ୍ନ ସ୍ଥାନରେ ମଧ୍ୟ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି । କୋରନା ମହାମାରୀ ସମୟରେ ଘରେ ରହିବା ସୁସ୍ଥ ରହିବା ପ୍ରୟାସକୁ ଜାରିରଖିବା ସହିତ ରାସଙ୍ଗ ପଞ୍ଚାୟତ ଅସ୍ତିଆ ଗ୍ରାମର ଯୁବ ସ୍ୱେଚ୍ଛାସେବୀ ଶିବାଶିଷ ମିଶ୍ର ଘର ଘର ବୁଲି ୨୦ଟି ସ୍ଥାନ ରେ ୧୦୦ ଜଣକୁ ସାମିଲ କରି ଯୋଗ ଅଭ୍ୟାସ କରିଥିଲେ । ତ୍ରିକୋଣ ଆସନ, ସୂର୍ଯ୍ୟ ନମସ୍କାର, କପାଳଭାତି, ଅନୁଲୋମବିଲୋମ ଆଦି ବ୍ୟାୟାମ କରିବା ସମୟରେ ରୋଗ ଉପଚାରର ସୂଚନା ଦେବା ସହିତ ପ୍ରତିଦିନ ପ୍ରୟାସ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ ।

Comments (0)
Add Comment