ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 23ତମ ଶ୍ର।ଦ୍ଧ ଦିବସ ନିରାଡ଼ମ୍ବରରେ ପାଳିତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ହାଇସ୍କୁଲଛକ ଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ଓ ଜିଲ୍ଲା ବରିଷ୍ଠ ବିଜେଡି ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ ପୁଷ୍ପ ମାଲ୍ୟାର୍ପଣ କରି ବିଜୁବାବୁଙ୍କର ଶୃତିଚାରଣ କରି ତାଙ୍କ ଆଦର୍ଶରେ ପ୍ରତ୍ୟେକ ବ୍ୟକ୍ତି ଅନୁପ୍ରାଣିତ ହୋଇ ସମାଜ ଓ ଦେଶର ସେବା କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ।କୋରନା ଯୋଗୁଁ ସାମାଜିକ ଦୂରତା ରକ୍ଷା କରାଯାଇ ବହୁ କମ ସଂଖ୍ୟକ ନେତା ଓ କର୍ମୀ ଏଥିରେ ଯୋଗ ଦେଇଥିଲେ। ଅତି ନିରାଡ଼ମ୍ବର ଭାବରେ ବିଜୁବାବୁଙ୍କ 23 ତମ ଶ୍ରାଦ୍ଧ ବାର୍ଷିକ ଦିବସ ପାଳିତ ହୋଇଯାଇଛି।ସେହି ପରି ଗଜପତି ଜିଲ୍ଲା ବିଜୁ ଜନତା ଦଳ ଯୁବ ସଭାପତି ଏସ ଲିଙ୍ଗରାଜ ରାଜ୍ୟ ନେତୃତ୍ୱଙ୍କ ନିର୍ଦ୍ଦେଶ କୁ ଗୁରୁତ୍ୱ ଦେଇ ନିଜ ବାସ ଭବନରେ ବିଜୁବାବୁଙ୍କ ଶ୍ର।ଦ୍ଧ ଦିବସ ପାଳନ କରିଛନ୍ତି ସେ ବିଜୁବାବୁଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରାଦ୍ଧ ଦିନସ ପାଳି ଥିଲେ।

Comments (0)
Add Comment