ଏହି ଦେଶରେ ସାମାଜିକ ଦୂରତା ଉଲ୍ଲଂଘନ ବଡ ଅପରାଧ

ସିଡନୀ : କରୋନା ଭାଇରସ ନିୟନ୍ତ୍ରଣ ପାଇଁ ଅଷ୍ଟ୍ରେଲିଆ ସରକାର ଏକ କଠୋର ନିୟମ ଲାଗୁ କରିବାକୁ ଯାଉଛନ୍ତି । ଯେଉଁମାନେ ସାମାଜିକ ଦୂରତା ରକ୍ଷା କରୁନାହାନ୍ତି କିମ୍ବା ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ସ୍ମାର୍ଟଫୋନ୍ ସଫ୍ଟୱାରକୁ ବ୍ୟବହାର କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଏଭଳି କାର୍ଯ୍ୟକୁ ବଡ ଅପରାଧ ଭାବେ ବିବେଚନା କରାଯାଉଛି । ଅଷ୍ଟ୍ରେଲିଆ ସରକାର ଏହି ଘୋଷଣା କରିଛନ୍ତି । ଏବେ ଦେଖିବାକୁ ମିଳୁଛି ଯେ, କେତେକ ଲୋକ ଅସୁସ୍ଥ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଲାଗି ସ୍ମାର୍ଟଫୋନ ଆପ୍ ଡାଉନଲୋଡ କରୁଛନ୍ତି । ଯାହାକି ଏକ ବେନିୟମ କାର୍ଯ୍ୟ । ସ୍ୱାସ୍ଥ୍ୟକର୍ମୀ ତଥା ଡାକ୍ତରମାନେ ଅସୁସ୍ଥ ଲୋକଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରି ଏହି ସଫ୍ଟୱାରରେ ରଖିଥାନ୍ତି । ଏହି ଆପକୁ କେବଳ ସ୍ୱାସ୍ଥ୍ୟ କର୍ମୀମାନେ ବ୍ୟବହାର କରିପାରିବେ । କିନ୍ତୁ କେତେକ ଅଣସ୍ୱାସ୍ଥ୍ୟ ଲୋକ ନିୟମ ବିରୋଧୀ କାର୍ଯ୍ୟ କରୁଥିବା ଜଣାପଡିଛି । ତେଣୁ ତାହାକୁ ରୋକିବା ଲାଗି ସରକାର ଏଭଳି କାର୍ଯ୍ୟକୁ ଧତ୍ତର୍ବ୍ୟ ଅପରାଘ ଭାବେ ବିବେଚନା କରାଯିବ ବୋଲି ସରକାର ଆଜି ଘୋଷଣା କରିଛନ୍ତି ।

Comments (0)
Add Comment