ରାଜ୍ୟରେ ପ୍ରତିଷ୍ଠା ହେବ ୨୯୦ ଇଭି ଚାର୍ଜିଂ ଷ୍ଟେସନ

ଭୁବନେଶ୍ୱର: ଓଡ଼ିଶାରେ ବୈଦ୍ୟୁତିକ ଯାନ(ଇଭି) କ୍ରୟକୁ ପ୍ରୋତ୍ସାହିତ କରିବା ଏବଂ ସାର୍ବଜନୀନ ଚାର୍ଜିଂ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି । ପୂର୍ବରୁ କେନ୍ଦ୍ର ସରକାରଙ୍କ ‘ ପିଏମ୍ ଇ-ଡ୍ରାଇଭ୍’ ଯୋଜନାରେ ରାଜ୍ୟର ୭ଟି ପ୍ରମୁଖ ସହରରେ ମୋଟ୍ ୧୭୦ଟି ଇଭି ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ମିଳିସାରିଥିବାବେଳେ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ଆଉ ୧୩ଟି ପ୍ରମୁଖ ସହର ଯଥା ରାଉରକେଲା, ତାଳଚେର, ସମ୍ବଲପୁର, ପାରାଦୀପ, ବଡ଼ବିଲ, ବେଲପାହାଡ, ବ୍ରହ୍ମପୁର, ବ୍ରଜରାଜନଗର, ଛତ୍ରପୁର, ଝାରସୁଗୁଡ଼ା, ଯୋଡ଼ା, କେନ୍ଦୁଝର ଏବଂ ରାଜଗାଙ୍ଗପୁର ସମେତ ବିଭିନ୍ନ ଜାତୀୟ ତଥା ରାଜ୍ୟ ରାଜପଥରେ ୨୯୦ଟି ନୂତନ ସାର୍ବଜନୀନ ଇଭି ଚାଜି ର୍ଂ ଷ୍ଟେସନ ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ଦାଖଲ କରାଯାଇଛି । 

Comments (0)
Add Comment