କୃଷି ବିଜ୍ଞାନ କେନ୍ଦ୍ରରେ ଗରିବ କଲ୍ୟାଣ ସମ୍ମିଳନୀ କାର୍ଯ୍ୟକ୍ରମ

ଘୁ ଉଦୟଗିରି,୩୧/୫: ଆଜି ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରରେ ଗରିବ କଲ୍ୟାଣ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୋଦି଼ି ସରକାରଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣ ପର୍ବରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କିଷାନ ସନମାନ ନିଧିର ୧୧ କିସ୍ତିର ଦେଶରେ ୧୦ କୋଟିରୁ ଅଧିକ ଚାଷୀ ପରିବାରଙ୍କୁ ୨୧ ହଜାର କୋଟି ଟଙ୍କାରୁ ଅଧିକ ରାଶିର ପ୍ରଦାନ ଓ ସିଧା ପ୍ରସାରଣ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମାନଗୋବିନ୍ଦ ପ୍ରଧାନ ଜିଲ୍ଲା ସାଧାରଣ ସମ୍ପାଦକ, ଅବନେଶ୍ୱର ପ୍ରଧାନ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି, ମାୟାବନ୍ଧୁ ପ୍ରଧାନ ଘୁ.ଉଦୟଗିରି ଗ୍ରାମୀଣ ମଣ୍ଡଳ ସଭାପତି, ଉଦେଶନ ପ୍ରଧାନ, ଘୁ. ଉଦୟଗିରି ନଗର ସଭାପତି, ଭେଙ୍କଟେଶ୍ୱର ବେହେରା ଘୁ. ଉଦୟଗିରି ନଗର ସାଧାରଣ ସମ୍ପାଦକ ତଥା ଘୁ. ଉଦୟଗିରି ବ୍ଲକର ପ୍ରମୁଖ ଚାଷୀମାନେ ଉପସ୍ଥିତ ରହିଥିଲେ ।

Comments (0)
Add Comment