ମୀନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ତିନି ଠାକୁର

ଘୁ.ଉଦୟଗିରି,୩/୭: ରଥଯାତ୍ରାରେ ଚତୁର୍ଦ୍ଧା ମୂରତୀ ମାଉସୀମା’ଙ୍କ ଘରେ ପହଞ୍ଚିବା ପରେ ଆଜିଠାରୁ ଜଗତରନାଥ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ବିଭିନ୍ନ ବେଶ ଆରମ୍ଭ ହୋଇଛି । ତିନି ଠାକୁର ନିଜ ନିଜର ବିଭିନ୍ନ ବେଶ ଧାରଣ କରି ନିଜ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆଜି ସ୍ଥାନୀୟ ମାଉସୀ ମା ମନ୍ଦିରରେ ତିନି ଠାକୁର ମିନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ସକାଳୁ ତିନି ଠାକୁରଙ୍କୁ ମିନ ବେଶରେ ସଜ୍ଜିତ କରାଯାଇ ପୂଜାପାଠ ଧୂପ ଦୀପ ଦେଇ ଆଳତି ପରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଠାକୁରମାନଙ୍କ ଏହି ବେଶ ଦର୍ଶନ ପାଇଁ ସନ୍ଧ୍ୟା ସମୟରେ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ଲାଗିରହିଛି ।

Comments (0)
Add Comment